Below header

କର୍ଣ୍ଣାଟକର ଏକ ଗ୍ରାମରୁ ମିଳିଲା ସାତଟି ମୁଣ୍ଡ ଥିବା ସାପର କାତି, ଲୋକମାନେ କରୁଛନ୍ତି ପୂଜା

କର୍ଣ୍ଣାଟକର କନକପୁରା ଗ୍ରାମରେ ବୁଧବାର ସକାଳୁ ଲୋକମାନଙ୍କ ଗହଳି ଦେଖିବାକୁ ମିଳିଥିଲା । ଆଖପାଖର ଅନ୍ୟ ଗ୍ରାମରୁ ମଧ୍ୟ ଲୋକମାନେ ସେଠାରେ ଆସି ପହଁଚୁଥିଲେ । ବାଙ୍ଗାଲୋରରୁ ପାଖାପାଖି ୬୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମରେ କିଛି ଏପରି ଦେଖିବାକୁ ମିଳିଛି ଯାହା ଶୁଣିବା ପରେ ଆପଣଙ୍କର ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ । ଏହି ଗ୍ରାମର ଲୋକମାନେ ଏଠାକାର ଏକ କ୍ଷେତରୁ ଏକ ସାପର କାତି ଉଦ୍ଧାର କରିଛନ୍ତି ଯାହାର ରହିଛି ସାତଟି ମୁଣ୍ଡ । ଏହି ଆଶ୍ଚର୍ଯ୍ୟକର କାତିକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କଠୁ ଆରମ୍ଭ କରି ଆଖପାଖ ଗାଁ ଲୋକଙ୍କର ମଧ୍ୟ ଭିଡ଼ ଜମିଛି ।

ପୌରାଣିକ କଥାନୁସାରେ ଶେଷନଗର ରହିଥିଲା ୭ଟି ମୁଣ୍ଡ

ଲୋକମାନେ ସେହି କାତିକୁ ମନ୍ଦିର ନେଇଯାଇ ତାଠାରେ ହଳଦୀ ଓ ଚନ୍ଦନ ଲଗାଇ ପୂଜାର୍ଚ୍ଚନା ଆରମ୍ଭ କରିଦେଇଥିଲେ । ହିନ୍ଦୁ ପୁରାଣ ଅନୁସାରେ ଶେଷନାଗର ସାତଟି ମୁଣ୍ଡ ରହିଥିଲା । ତେବେ ଏହି କାତି ଦେଖିବାପରେ ଗାଁ ଲୋକଙ୍କୁ ବିଶ୍ୱାସ ହୋଇଯାଇଥିଲା ଯେ ଆଜିବି ଶେଷନାଗ ଜୀଵିତ ରହିଛି ।

ଛଅ ମାସ ପୂର୍ବରୁ ମଧ୍ୟ ମିଳିଥିଲା ଏହିପରି ଏକ କାତି

ବର୍ତ୍ତମାନ ସାପର ଏହି କାତି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ସେହି ଗ୍ରାମର ପ୍ରଶାନ୍ତ ନାମକ ଜଣେ ବ୍ୟକ୍ତିଙ୍କୁ ଛଅ ମାସ ପୂର୍ବରୁ ଠିକ ଏହିଭଳି ଏକ କାତି ମିଳିଥିଲା । ତେବେ ଦ୍ଵିତୀୟ ଥର ଏହାକୁ ଦେଖିବା ପରେ ଲୋକମାନଙ୍କର ବିଶ୍ୱାସ ଯେ ସେଠାରେ ଏକ ସପ୍ତଫଣୀ ନାଗ ରହିଛି ଅଥବା ସେଠାରେ ଈଶ୍ଵରଙ୍କର କୌଣସି ଦୈବୀଶକ୍ତି ରହିଛି ।

ବିଶେଷଜ୍ଞ କହିଲେ ଏପରି କୌଣସି ସାପର ଅସ୍ଥିତ୍ୱ ନାହିଁ

ଏହାସହ ପଢନ୍ତୁ କଣ ଆପଣ ଜାଣନ୍ତି କି କୁକୁରମାନେ ମଧ୍ୟ ହସିଥାନ୍ତି

ଅନ୍ୟପକ୍ଷେ ସର୍ପ ବିଶେଷଜ୍ଞମାନେ ଏଭଳି ଏକ ସାପର ଜୀଵିତ ରହିବା କଥାକୁ ଓ ଏହାର ଅସ୍ଥିତ୍ୱକୁ ଖଣ୍ଡନ କରିଥିଲେ । ସେମାନଙ୍କ କହିବା ଅନୁଯାୟୀ ସପ୍ତଫେଣୀ ସାପ ତ ଦୂରର କଥା ଏବେ ଦୁଇଟି ମୁଁହଥିବା ସାପର ଅସ୍ଥିତ୍ୱ ମିଳିବା ମଧ୍ୟ କଷ୍ଟକର । ସୂଚନା ଅନୁଯାୟୀ ସାପ ୨-୩ ମାସ ଅନ୍ତରରେ ନିଜର ପୁରୁଣା ସ୍କିନ ସ୍ଥାନରେ ନୂଆ ଚମଡା ଆଣିବା ପାଇଁ କାତି ଛଡାଇଥାନ୍ତି । ଏହାଦ୍ୱାରା ସାପମାନଙ୍କର ଗ୍ରୋଥ ମଧ୍ୟ ହୋଇଥାଏ ।

Image result for villagers-found-seven-headed-snakes-skin-in-karnataka-video-goes-viral

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.