ଦୁନିଆର ସବୁଠାରୁ ମହଙ୍ଗା ଜେଲ, ଯେଉଁଠାରେ ଜଣେ କଏଦୀ ପିଛା ବର୍ଷକୁ ଖର୍ଚ୍ଚ ହୁଏ ୯୩ କୋଟି ଟଙ୍କା

ଜେଲ ନାମ ଶୁଣିଲେ ସାଧାରଣତଃ ଆମ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ। କିଭଳି ସେଠାରେ କଏଦୀ ମାନେ ରହୁଛନ୍ତି, କ’ଣ ଖାଉଛନ୍ତି, କିଭଳି ଜୀବନ ବିତାଉଛନ୍ତି ତାହା ଜାଣିବା ଆମ ମନରେ ଆସିଥାଏ। କ୍ୟୁବାରେ ଏପରି ଏକ ଜେଲ୍‌ ରହିଛି, ଯେଉଁଠାରେ ଏହି ସବୁ ପ୍ରଶ୍ନ ବିଷୟରେ ଭାବିବାର କୌଣସି ଯଥାର୍ଥତା ନାହିଁ। କାରଣ ଏଠାରେ ଜଣେ କଏଦୀ ପିଛା ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଏଥିପାଇଁ ଏହା ଦୁନିଆର ସବୁଠାରୁ ମହଙ୍ଗା ଜେଲ ଭାବେ ପରିଚିତ । ଏହାର ନାମ ଗ୍ଵାତାନମୋ ବେ ଜେଲ। ଏହା ଗ୍ଵାତାନମୋ ତଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ।

1

ରିପୋର୍ଟ ମୁତାବକ, ଏହି ଜେଲରେ ପାଖାପାଖି ୪୦ ଜଣ କଏଦୀ ରହିଛନ୍ତି ଏବଂ ଜଣେ କଏଦୀ ପିଛା ବର୍ଷକୁ ୯୩ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହି ଜେଲରେ ୧୮୦୦ ସୈନିକ ନିଯୁକ୍ତି ହୋଇଛନ୍ତି। ଜଣେ କଏଦୀକୁ ଜଗିବା ପାଇଁ ୪୫ ସୈନିକ ରହିଛନ୍ତି। ଜେଲର ସୁରକ୍ଷା ପାଇଁ ଥିବା ସୈନିକମାନଙ୍କ ପାଇଁ ୩୯୦୦ କୋଟି ଟଙ୍କା ଖର୍ଚ୍ଚ ହୁଏ।

6

ଆପଣମାନେ ଭାବୁଥିବେ ନିଶ୍ଚିତ, କ’ଣ ପାଇଁ ଏହି କଏଦୀଙ୍କୁ ଏତେ ମାତ୍ରାରେ ସୁରକ୍ଷା ଦିଆଯାଉଛି ? ଏଠାରେ କେବଳ ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କୁ ହିଁ ରଖାଯାଇଛି। ସେଥିପାଇଁ ଏହି ସୁରକ୍ଷା । ୯/୧୧ର ମାଷ୍ଟରମାଇଣ୍ଡ ଖାଲିଦ ସେଖ ମହମ୍ମଦ ଏହି ଜେଲରେ ରହିଛି ।

2

ଏହି ଜେଲରେ ତିନିଟି ବିଲିଡିଂ, ଦୁଇଟି ଗୁପ୍ତ ମୁଖ୍ୟାଳୟ ଏବଂ ତିନିଟି ହସପିଟାଲ ରହିଛି। ଏହାଛଡା ଓକିଲମାନଙ୍କ ପାଇଁ ଅଲଗା ଅଲଗା କମ୍ପାଉଣ୍ଡ ମଧ୍ୟ ରହିଛି, ଯେଉଁଠାରେ ସେମାନେ କଏଦୀ ସହିତ କଥାବାର୍ତ୍ତା ହୁଅନ୍ତି। ଏଠାରେ ଷ୍ଟାଫ କଏଦୀ ପାଇଁ ଚର୍ଚ୍ଚ ଏବଂ ସିନେମା ଥିଏଟର ଭଳି ବ୍ୟବସ୍ଥା କରାଯାଇଛି। ସେହିଭଳି ଅନ୍ୟ କଏଦୀମାନଙ୍କ ପାଇଁ ଜିମ, ପ୍ଲେ ଷ୍ଟେସନ ଇତ୍ୟାଦିର ସୁବିଧା ରହିଛି।

4

ଏଠାରେ ପ୍ରଥମେ ଆମେରିକାର ନେଭି ବେସ୍‌ ରହିଥିଲା, ତା’ ପରେ ଏହି ସ୍ଥାନକୁ ଜେଲ କରାଯାଇଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜଜ ଡବ୍ଲ୍ୟୁ ବୁଶ ଏଠାରେ ଏକ କମ୍ପାଉଣ୍ଡ ନିର୍ମାଣ କରିଥିଲେ, ଯେଉଁଠାରେ ଆତଙ୍କୀମାନଙ୍କୁ ରଖାଯାଉଥିଲା। ଏହି କ୍ୟାମ୍ପର ନାମ ଏକ୍ସ-ରେ ନାମ ରଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.