Below header

ଦୁନିଆର ଏମିତି ୫ଟି ଦଣ୍ଡ ଯାହା ଶୁଣିବା ପରେ ଆପଣ ବି ଚାହିଁବେ କରିବାକୁ ଅପରାଧ

ଅପରାଧ ଛୋଟ ହେଉ ବା ବଡ଼, ସବୁ ଅପରାଧୀଙ୍କୁ ନିଜ ଅପରାଧ ପାଇଁ ଦଣ୍ଡ ନିଶ୍ଚୟ ମିଳିଥାଏ। କିନ୍ତୁ ଯଦି ଦଣ୍ଡ ଅଦ୍ଭୁତ ହୋଇଥିବ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଦୁନିଆରେ ଏମିତି ଅନେକ ଦେଶ ରହିଛି ଯେଉଁଠାରେ ଦୋଷୀଙ୍କୁ ନିଜ ଅପରାଧ ପାଇଁ ଅଜବ ଦଣ୍ଡମାନ ମିଳେ। ଆସନ୍ତୁ ଜାଣିବା ସେଭଳି କେତେକ ଅଦ୍ଭୁତ ଦଣ୍ଡ ବିଷୟରେ…

Image result for law

ଆମେରିକାର ମିସୌରୀ ନିବାସୀ ଡେବିଡ ବେରୀ ନାମକ ଜଣେ ବ୍ୟକ୍ତି ଶତାଧିକ ହରିଣ ଶିକାର କରିଥିଲେ। ୨୦୧୮ ମସିହାରେ ତାଙ୍କ ଦୋଷ ପାଇଁ ଦଣ୍ଡ ସ୍ୱରୂପ ଏକ ବର୍ଷକାଳ ଜେଲରେ ରହି ମାସକୁ କମ୍‌ସେ କମ୍‌ ଥରେ ଡିଜ୍‌ନୀର ବାମ୍ବୀ କାଟୁନ୍‌ ଦେଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

प्रतीकात्मक तस्वीर

୨୦୦୩ ମସିହାରେ ଆମେରିକାର ସିକାଗୋର ଦୁଇ ଜଣ ବାଳକ କ୍ରିସମାସ ସନ୍ଧ୍ୟାରେ ଚର୍ଚ୍ଚରୁ ଯୀଶୁଙ୍କ ମୂର୍ତ୍ତି ଚୋରି କରିଥିଲେ ଓ ତାହାକୁ ନଷ୍ଟ କରିଦେଇଥିଲେ। ଏହି ଅପରାଧର ଦଣ୍ଡ ସ୍ୱରୂପ ଦୁଇ ଜଣଙ୍କୁ ୪୫ ଦିନ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ କରାଯାଇଥିଲା। କେବଳ ଏତିକି ନୁହେଁ ଉଭୟଙ୍କୁ ଏକ ଗଧ ସହ ମାର୍ଚ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ବିଚାରପତି।

Image result for church

ଆମେରିକାର ଓକଲାହୋମା ନିବାସୀ ୧୭ ବର୍ଷୀୟ ଟାଇଲର ଏଲରେଡ ମଦ ପିଇ ଗାଡ଼ି ଚଳାଉଥିବା ବେଳେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ଏଥିରେ ତାଙ୍କର ଜଣେ ବନ୍ଧୁଙ୍କ ମୃତ୍ୟୁ ହୋଇଥିଲା। ୨୦୧୧ ମସିହାର ଏହି ଘଟଣା ବେଳେ ଟାଇଲର ହାଇସ୍କୁଲରେ ପଢ଼ୁଥିଲେ। ଏଣୁ ଜଜ୍‌ ତାଙ୍କୁ ଦଣ୍ଡ ଦେବା ଅବସରରେ ହାଇସ୍କୁଲ ଓ ଗ୍ରାଜୁଏସନ୍‌ ଶେଷ କରିବାକୁ ନିର୍ଦ୍ଦେଶ ଦେବା ସହ ବର୍ଷସାରା ଡ୍ରଗ୍‌, ମଦ ଓ ନିକୋଟିନ୍‌ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଚର୍ଚ୍ଚ ଯିବାକୁ ଦଣ୍ଡ ମିଳିଥିଲା।

Image result for driving

ସ୍ପେନ୍‌ର ଏଣ୍ଡାଲୁସିଆ ନିବାସୀ ଜଣେ ୨୫ ବର୍ଷୀୟ ଯୁବକକୁ ବାପାମା’ ପକେଟ୍‌ ମନି ଦେବା ବନ୍ଦ କରିଦେଇଥିଲେ। ଏହି ମାମଲାକୁ ଯୁବକ ଅଦାଲତ ପର୍ଯ୍ୟନ୍ତ ଟାଣିଥିଲେ। ମାତ୍ର କୋର୍ଟ ଓଲଟା ତାଙ୍କୁ ହିଁ ଦଣ୍ଡାଦେଶ ଶୁଣାଇଥିଲେ। ତାଙ୍କୁ ଦଣ୍ଡ ସ୍ୱରୂପ ୩୦ ଦିନ ମଧ୍ୟରେ ବାପାଙ୍କ ଘର ଛାଡ଼ି ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ଦଣ୍ଡ ମିଳିଥିଲା।

Related image

ରିପୋର୍ଟ ମୁତାବକ ୨୦୦୮ ମସିହାରେ ଆଣ୍ଡ୍ୟୁ ଭେକ୍ଟର ନିଜ କାରରେ ଜୋର୍‌ରେ ସାଉଣ୍ଡ ଦେଇ ର‍୍ୟାପ୍‌ ଗୀତ ଶୁଣୁଥିଲେ। ଏଥିପାଇଁ ତାଙ୍କୁ ୧୨୦ ପାଉଣ୍ଡ ବା ୧୧ ହଜାର ଟଙ୍କା ଜରିମାନା ହୋଇଥିଲା। କିନ୍ତୁ ପରେ ଜଜ୍‌ ତାଙ୍କ ଜରିମାନା ଅର୍ଥକୁ କମାଇ ୩୦ ପାଉଣ୍ଡ କରିଦେଇଥିଲେ। ଏଥିସହ ଭେକ୍ଟରଙ୍କୁ ୨୦ ଘଣ୍ଟା ପର୍ଯ୍ୟନ୍ତ ଶାସ୍ତ୍ରୀୟ ସଙ୍ଗୀତ ଶୁଣିବାକୁ ଦଣ୍ଡ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.