କ୍ଲାସରେ ସାଙ୍ଗ ସହିତ କଥା ହେବାର ଜବରଦସ୍ତ ଆଇଡିଆ ବାହାର କଲେ ଯୁବତୀ, ଭିଡିଓ ଦେଖି ଆପଣ କହିବେ ବାଃ ବାଃ

କୌଣସି କଥାକୁ ଶିଘ୍ର ମନେ ପକାଇବା ଏବଂ ବହୁତ ଜଲଦି ବୁଝିବା, ଏହି କ୍ଷେତ୍ରରେ ପିଲାମାନେ ସବୁବେଳେ ଆଗରେ ରହିଥାନ୍ତି। ଆମେ ସମସ୍ତେ ଜାଣିଛନ୍ତି ଯେ ପିଲାମାନେ ସବୁ ଜିନିଷକୁ ପିଲାମାନେ ଆଗେ ଧରାପକାଇ ଦିଅନ୍ତି। ଟେକ୍ନୋଲୋଜି ମାମଲାରେ ମଧ୍ୟ ଏମାନେ ଅନେକ ମାମଲାରେ ସବୁଠାରୁ ସ୍ମାର୍ଟ ପ୍ରମାଣିତ ହୁଅନ୍ତି। ଏମିତି ଏକ ମାମଲା ଟିକଟକ୍‌ ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓରେ ଜଣେ ଯୁବତୀ ବିନା କଥା କହି ଏୟରପୋଡ ଜରିଆରେ କଥା ହେବାର ଉପାୟ ଜଣାଇଛନ୍ତି।

ଏହି ଯୁବତୀ ଟିକଟକରେ ଏମିତି ଯୁଗାଡର ଭିଡିଓ ସେୟାର କରିଛନ୍ତି ଯାହା ଟ୍ଵିଟର ପଯ୍ୟର୍ନ୍ତ ବ୍ୟାପିଗଲାଣି। ଭିଡିଓରେ ଯୁବତୀ ଜଣଙ୍କ କ୍ଲାସରେ ବସି ଗୋଟିଏ ବି ଶବ୍ଦ ନ କହି ନିଜ ବନ୍ଧୁଙ୍କ ସହିତ ବଢ଼ିଆ ସେ କଥା ହୋଇଗଲେ। ଏମିତି ସେ ଫିଚର ଜରିଆରେ କରିଛନ୍ତି।
ଟିନଏଜର ସର୍ବପ୍ରଥମେ ନିଜ ବନ୍ଧୁଙ୍କ ଠାରୁ ଗୋଟିଏ କାନରେ ଏୟରପୋଡ ଏକ୍ସଚେଞ୍ଚ କରିଦେଲେ।


ଏହାପରେ ସେ ଯାହା ତାଙ୍କ ବନ୍ଧୁଙ୍କୁ କହିବାକୁ ଚାହୁଁଥିଲେ ସେ ଗୁଗଲ ଟ୍ରାନ୍ସଲେଟ ଖୋଲି ଟାଇପ୍‌ କରି ‘ପ୍ଲେ’ବଟନ ଦବାଇଦେଲେ। ଏହାପରେ ଲେଖାଯାଇଥିବା କଥାକୁ ଟ୍ରାନସଲେଟ ଆପ୍‌ ଦ୍ୱାରା ଅନ୍ୟ ଜଣେ ସାଙ୍ଗକୁ ଗୋଟିଏ ଏୟରପୋଡରେ ଶୁଣାଗଲା। ଏଥିରେ ବହୁତ ସହଜରେ କେମିତି କଥା ହୋଇଗଲେ ଦେଖିଲେ ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.