କନ୍ଯା ସଂକ୍ରାନ୍ତି: କନ୍ଯା ସଂକ୍ରାନ୍ତିରେ ଏପରି ବିଧିରେ କରନ୍ତୁ ପୂଜା, ଅକ୍ଷତ ପୂଣ୍ଯ ପ୍ରାପ୍ତି ହେବ

କନ୍ଯା ସଂକ୍ରାନ୍ତି ଚଳିତବର୍ଷ ୧୬ ସେପ୍ଟେମ୍ବରକୁ ପାଳନ କରାଯିବ। ହିନ୍ଦୁ କ୍ଯାଲେଣ୍ଡର ଅନୁଯାୟୀ, ପ୍ରତିବର୍ଷ ୧୨ଟି ସଂକ୍ରାନ୍ତି ପାଳନ କରାଯାଏ। କନ୍ଯା ସଂକ୍ରାନ୍ତି ଏଥିମଧ୍ୟରୁ ଅନ୍ଯତମ। ହିନ୍ଦୁ ଧର୍ମରେ କନ୍ଯା ସଂକ୍ରାନ୍ତିର ବିଶେଷ ମହତ୍ତ୍ବ ରହିଥାଏ। ଏହି ଦିନ ସ୍ନାନ, ଦାନ ଆଦିର ବିଶେଷ ମହତ୍ତ୍ବ ରହିଥାଏ। ପିତ୍ ପୁରୁଷ ଶାନ୍ତି ପାଇଁ ଏହିଦିନ ପୂଜା କରିବା ଭଲ ହୋଇଥାଏ। ଏହି ଦିନ ଭଗବାନ ବିଶ୍ବକର୍ମାଙ୍କର ମଧ୍ୟ ପୂଜା କରାଯାଏ। ଏହି କାରଣ ଯୋଗୁଁ ଏହି ତିଥିର ମହତ୍ତ୍ବ ଅଧିକ ବଢିଯାଇଥାଏ।

କନ୍ଯା ରାଶିରେ ବୁଧ ଦେବ ପ୍ରଥମରୁ ରହିଥାନ୍ତି। କନ୍ଯା ସଂକ୍ରାନ୍ତି ଦିନ ସୂର୍ଯ୍ଯ ଏବଂ ବୁଧର ମିଳନ ହେବା କାରଣରୁ ଦୁଇଟି ରାଶିରେ ବୁଦ୍ଧାଦିତ୍ଯ ଯୋଗର ନିର୍ମାଣ କରିଥାନ୍ତି।

ଏହିଦିନ ସୂର୍ଯ୍ଯଦେବଙ୍କ ଉପାସନା କରାଯାଏ। କୁହାଯାଏ, ସୂର୍ଯ୍ଯଦେବଙ୍କ ଉପାୟ କରିବା ଦ୍ବାରା କ୍ଯାରିଅରରେ ସଫଳତା ମିଳିଥାଏ।

କନ୍ଯା ରାଶିରେ ଜାତକରେ ସମାଜରେ ମାନ ସମ୍ମାନ ବଢିଥାଏ। ଚାକିରିରେ ପ୍ରମୋସନ ମିଳିଥାଏ। ଏହି ସମୟରେ ଆପଣଙ୍କୁ ଶୁଭ ସମାଚାର ମିଳିବାର ସମ୍ଭାବନା ଅଧିକ ରହିଥାଏ। ବୈବାହିକ ଜୀବନ ପାଇଁ ସୂର୍ଯ୍ଯ ଆପଣଙ୍କ ରାଶିକୁ ଆସିବା ଅନୁକୂଳ ନୁହେଁ। ପାର୍ଟନର ସହିତ ବିବାଦ ସ୍ଥିତି ହୋଇପାରେ, ତେଣୁ ଏଥି ପ୍ରତି ଧ୍ୟାନ ଦିଅନ୍ତୁ।

କନ୍ଯା ସଂକ୍ରାନ୍ତିରେ ପୂଜା ବିଧି:

ଧାର୍ମିକ ମାନ୍ଯତା ଅନୁଯାୟୀ, କନ୍ଯା ସଂକ୍ରାନ୍ତି ଦିନ ସୂର୍ଯ୍ଯଦେବ ପୂର୍ବରୁ ଉଠିଯାଆନ୍ତୁ। ସକାଳୁ ସ୍ନାନ କରିବା ବେଳେ ପାଣିରେ ରାଶି ମିଶାଇ ଗାଧାନ୍ତୁ। କୁହାଯାଏ, ଏହିଦିନ ନଦୀରେ ସ୍ନାନ କରିବା ଅଧିକ ଶୁଭ ହୋଇଥାଏ। ଏହିଦିନ ନଦୀରେ ସ୍ନାନ କରିବା ଦ୍ବାରା ପୂଣ୍ଯ ଫଳ ପ୍ରାପ୍ତି ପାଇଁ ପ୍ରାର୍ଥନା କରାଯାଏ। ସ୍ନାନ ପରେ ବ୍ରତ ସଂଙ୍କଳ୍ପ ରଖାଯାଏ। ଏହିଦିନ ଦାନର ବିଶେଷ ମହତ୍ତ୍ବ ରହିଥାଏ। କେବଳ ଏତିକି ନୁହେଁ, ଗୋଟେ ତମ୍ବା ଢାଳରେ ଜଳ ନେଇ ଲାଲ ଫୁଲ, ଚନ୍ଦନ, ରାଶି ଏବଂ ଗୁଡ ସୂର୍ଯ୍ଯଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଜଳ ଅର୍ପଣ କରିବା ସମୟରେ ସୂର୍ଯ୍ଯ ମନ୍ତ୍ର ସ୍ମରଣ କରିବା ଉଚିତ। ଏହିଦିନ ଅଟା, ଚାଉଳ, ଖେଚୁଡି ଏବଂ ରାଶି ଲଡୁ ଦାନ କରିବା ଶୁଭ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.