Below header

ଆମେରିକାରେ ୯/୧୧ ଆତଙ୍କବାଦୀ ଆକ୍ରମଣକୁ ପ୍ରଥମ ଥର ପାଇଁ ନିନ୍ଦା କରିଛି ତାଲିବାନ

ନୂଆଦିଲ୍ଲୀ : ଆମେରିକାଠାରୁ ୧୧ହଜାର ୧୩୧ କିଲୋମିଟର ଦୂର ତାଳିବାନରେ ଆମେରିକା ଉପରେ କରାଯାଇଥିବା ୯/୧୧ ଆତଙ୍କବାଦୀ ଆକ୍ରମଣର ଏନ୍ତୁଡିଶାଳ ଥିବା ବେଳେ ଏବେ ଦୀର୍ଘ ୨୦ ବର୍ଷ ପରେ ତାଲିବାନ ପ୍ରଥମଥର ପାଇଁ ଏହି ଘଟଣାର ନିନ୍ଦା କରିଥିବା ଜଣାପଡିଛି । ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ତାଲିବାନ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ ଆମେରିକା ଆତଙ୍କବାଦୀ ଆକ୍ରମଣର ନିନ୍ଦା କରିଥିବା କୁହାଯାଉଛି । ଏହାସହ ତାଲିବାନ ପ୍ରବକ୍ତା ଅଲ କାଏଦା ଆତଙ୍କବାଦୀ ସଙ୍ଗଠନଠାରୁ ବି ଅଲଗା ହୋଇଯାଇଥିବା ପ୍ରକାଶ କରିଛନ୍ତି ।

ଅଲକାଏଦାର ଆତଙ୍କବାଦୀ ବିନ୍ ଲାଦେନ ଯେଉଁ ତାଲିବାନ ପରାମର୍ଶରେ ଆଫଗାନିସ୍ତାନରେ ଲୁଚି ରହିଥିଲା ଏବେ ସେହି ତାଲିବାନ ଅଲ କାଏଦା ସହ ଥିବା ତା’ର ସମ୍ପର୍କ ଉପରେ ପରଦା ଟାଣୁଛି ବୋଲି କୁହାଯାଉଛି । ତାଲିବାନର ପ୍ରବକ୍ତା ତାରିଫ ଗଜନିୱାଲ କହିଛନ୍ତି ଆମେରିକାରେ କରାଯାଇଥିବା ୯/୧୧ ଆକ୍ରମଣ ଠିକ୍ ନ ଥିଲା । ନିର୍ଦ୍ଦୋଷ ଓ ନିଷ୍ପାପଙ୍କ ରକ୍ତ ବୁହାଇବା ଭୁଲ୍ ଥିଲା ।

ଅଲ କାଏଦା ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ଜିହାଦ ନାଁରେ ନିଷ୍ପାପଙ୍କୁ ମାରିବା ଭୁଲ ଥିଲା । ଏହା ତାଲିବାନର ଅଭିନୟ ବୋଲି କୁହାଯାଉଛି । କାରଣ ତାଲିବାନ ନିକଟରେ ଅର୍ଥର ଘୋର ଅଭାବ ଥିବା ବେଳେ ଏପରି ନ କଲେ ହୁଏତ ବିଦେଶୀ ମୁଦ୍ରା ପହଞ୍ଚିବାରେ ବାଧା ଉପୁଜିପାରେ ବୋଲି ତାଲିବାନ ଚିନ୍ତା କରି ଏଭଳି ମନ୍ତବ୍ୟ ଦେଇଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.