ରିମାଣ୍ଡରେ ଆସିବେ ଫେସବୁକ୍‌ କୁଇନ୍‌ ଆଞ୍ଜେଲ ପ୍ରିୟା, କୋର୍ଟରେ ଆବେଦନ କରିବ ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ରିମାଣ୍ଡରେ ଆସିବେ ଫେସବୁକ୍‌ କୁଇନ୍‌ । ପ୍ରିୟଙ୍କାଙ୍କୁ ରିମାଣ୍ଡରେ ଆଣିବାକୁ ଖୁବଶୀଘ୍ର କୋର୍ଟରେ ଆବେଦନ କରିବ ପୋଲିସ । ପ୍ରିୟଙ୍କାଙ୍କ ସହ ଆଉ ଦୁଇଜଣ ଯୁବତୀଙ୍କ ବିଷୟରେ ପୋଲିସକୁ କିଛି ତଥ୍ୟ ମିଳିଛି । ସେମାନେ ପ୍ରିୟଙ୍କାଙ୍କ ସହ ମିଶି ଫେସବୁକରେ ଯୁବକଙ୍କୁ ଚୂନା ଲଗାଉଥିଲେ ।

କେତେବେଳେ ନିଜକୁ ମଡେଲ ତ, ଆଉ କେତେବେଳ ନିଜକୁ ଅଭିନେତ୍ରୀର ପରିଚୟ ଦେଉଥିଲେ । ସୋସିଆଲ ମିଡିଆରେ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କରି ଲୁଟୁଥିଲେ ଲକ୍ଷାଧିକ ଟଙ୍କା । ସେପଟେ ପ୍ରିୟଙ୍କା ଏକାଧିକ ଯୁବତୀଙ୍କ ନେଇ ଗଢିଥିଲେ ଗ୍ୟାଙ୍ଗ୍‌। ସେମାନଙ୍କୁ ନିଜେ ଟ୍ରେନିଂ ଦେଉଥିଲେ । ଫେସବୁକ୍‌ରେ ଅଜଣା ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ଯୁବକଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଉଥିଲେ । ପରେ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କରି ବିଭିନ୍ନ ଆଳ ଦେଖାଇ ଟଙ୍କା ଲୁଟୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.