ପ୍ରେମିକାକୁ ଦେଖା କରିବା ପାଇଁ ସବୁଦିନ ରାତିରେ ଗାଁରେ କରେଣ୍ଟ କାଟୁଥିଲା ପ୍ରେମିକ, ଅତିଷ୍ଠ ହୋଇ ଉଭୟଙ୍କୁ ବାହା କରାଇଲେ ଗ୍ରାମବାସୀ

ପ୍ରେମିକା ଡାକିଛି ମାନେ ପାଣିକୁ ପଥର କରିଦେବି, ଅସମ୍ଭବକୁ ବି ସମ୍ଭବ କରିଦେବି । ବୋଧହୁଏ ସେଥିପାଇଁ ରାତିରେ ପ୍ରେମିକାକୁ ନିରନ୍ତରେ ଦେଖା କରିବା ପାଇଁ ଗାଁ ସାରା ଲୋକଙ୍କ କରେଣ୍ଟ କାଟି ଦେଉଥିଲା ପ୍ରେମିକ ।

ଏ କାହାଣୀ କୌଣସି ଫିଲ୍ମର କାହାଣୀ ଠାରୁ କମ୍ ନୁହେଁ । ସିନେମାର କାହାଣୀ ପରି ଏକଦମ୍ ରିୟଲ ଲାଇଫରେ ଘଟଛି ଏକ ଘଟଣା । ପ୍ରେମ କରୁଛି ଡରିବା କାହିଁକି ‘ପ୍ୟାର କେ ଲିୟେ କୁଛ୍ ଭି କରେଗା’ । ପ୍ରେମିକା ଡାକିଛି ମାନେ ପାଣିକୁ ପଥର କରିଦେବି, ଅସମ୍ଭବକୁ ବି ସମ୍ଭବ କରିଦେବି । ବୋଧହୁଏ ସେଥିପାଇଁ ରାତିରେ ପ୍ରେମିକାକୁ ନିରନ୍ତରେ ଦେଖା କରିବା ପାଇଁ ଗାଁ ସାରା ଲୋକଙ୍କ କରେଣ୍ଟ କାଟି ଦେଉଥିଲା ପ୍ରେମିକ । କଣ ଆଶ୍ଚର୍ଯ୍ୟ ହୋଇଗଲେ କି? ହଁ କଥାଟା ବି ସେମିତି ଯିଏ ନାହିଁ ସିଏ ଆଶ୍ଚର୍ଯ୍ୟ ହେବ ।

ପ୍ରେମିକାକୁ ଦେଖା କରିବାକୁ ପ୍ରେମିକ ଆପଣାଇଥିଲା ନୂଆ ତରିକା। ରାତିର ଅନ୍ଧକାରରେ ପ୍ରେମିକା ସହ ନିରୋଳାରେ ଭେଟ କରିବାକୁ ପ୍ରେମିକ ଅନ୍ୟମାନଙ୍କୁ ଅନ୍ଧାରରେ ରଖିବାକୁ ପଛାଉ ନ ଥିଲା। ଆଉ ଖାସ୍ କରି ଏଇଥିପାଇଁ ଗାଁର ଟ୍ରାନ୍ସଫର୍ମରରୁ ବିଦ୍ୟୁତ୍ ସଂଯୋଗ କାଟି ଦେଉଥିଲ ପ୍ରେମିକ। ଫଳରେ ପାୱାର କଟ୍ ଭାବି ଲୋକେ ଏଥିରେ ଅତିଷ୍ଠ ହେଉଥିବା ବେଳେ ନିଜ ପ୍ରେମ ରାଇଜରେ ବୁଡ଼ି ରହୁଥିଲେ ପ୍ରେମ ପକ୍ଷୀ। ହେଲେ ଗ୍ରାମବାସୀ ଉଭୟ ପ୍ରେମ ପକ୍ଷୀଙ୍କୁ କାବୁ କରି ସବୁ ସତ ବାହାର କରିବା ପରେ ଉଭୟଙ୍କ ବିବାହ କରାଇଥିବା ଜଣାଯାଇଛି। ଆପଣଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଏ ଘଟଣା ଘଟିଛି ବିହାରର ଚମ୍ପାରନ ଜିଲ୍ଲାରେ।

ଏହି ପ୍ରେମ ପକ୍ଷୀଦ୍ୱୟ ହେଲେ ରାଜକୁମାର ଓ ପ୍ରୀତିକୁମାରୀ। ଦୀର୍ଘ ଦିନ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ବେଳେ ଲୁଚାଛପାରେ ଚାଲିଥିଲା ପ୍ରେମ ପୀରତି। ରାତିର ଅନ୍ଧକାରରେ ନିଜ ପ୍ରେମିକାକୁ ଦେଖା କରିବାକୁ ଆସୁଥିବା ରାଜକୁମାରଙ୍କ ମନରେ ସବୁବେଳେ ଧରା ପଡ଼ିଯିବାର ଭୟ ରହିଥିଲ। ତେଣୁ ସେ ଏକ ଅଜବ ତରିକା ଆପଣାଇଥିଲେ।

ପ୍ରେମିକାଙ୍କୁ ଭେଟିବାକୁ ଆସିବା ପରେ ତାଙ୍କ ଗାଁକୁ ସଂଯୋଗ କରିଥିବା ବିଦ୍ୟୁତ୍ ସଂଯୋଗକୁ ଟ୍ରାନ୍ସଫର୍ମରରୁ କାଟି ଦେଉଥିଲେ ଏହାପରେ ପ୍ରେମିକା ସହ ଭାବ ଦିଆନିଆ ହେବା ପରେ ପୁଣି ଥରେ ବିଦ୍ୟୁତ୍ ସଂଯୋଗ କରି ଚାଲି ଯାଉଥିଲେ।

ପ୍ରତିଦିନ ସନ୍ଧ୍ୟା ପରେ ଏପରି ବିଦ୍ୟୁତ୍ କାଟକୁ ନେଇ ଅତିଷ୍ଠ ହୋଇ ପଡ଼ିଥିବା ଗ୍ରାମବାସୀ ଏନେଇ ନିକଟସ୍ଥ ଇଲେକ୍ଟ୍ରି ଅଫିସରେ ଅଭିଯୋଗ କଲେ। ମାତ୍ର ସନ୍ଧ୍ୟା ବେଳେ କୌଣସି ବିଦ୍ୟୁତ୍ କାଟ କରାଯାଉ ନ ଥିବା ସେଠାକାର ଅଧିକାରୀ ସଫେଇ ଦେଇଥିଲେ। ଏହାପରେ ଦ୍ୱନ୍ଦ୍ୱରେ ପଡ଼ିଥିବା ଗ୍ରାମବାସୀ ଏହା ପଛର ଥିବା ଅସଲ କାରଣକୁ ଠାବ କରିବାକୁ ଟ୍ରାନ୍ସଫର୍ମର ନିକଟରେ ଛକି ରହିଲେ ।

ଗାଁ ଲୋକଙ୍କ ଯୋଜନା ଜାଣି ନ ଥିବା ରାଜକୁମାର ସବୁ ଦିନ ପରି ଟ୍ରାନ୍ସଫର୍ମର ନିକଟକୁ ଯାଇ ବିଦ୍ୟୁତ୍ ସଂଯୋଗ କାଟି ନିଜ ପ୍ରେମିକାଙ୍କ ନିକଟକୁ ଯାଇଥିଲେ। ଗ୍ରାମବାସୀ ତାଙ୍କ ପିଛା କରି ଉଭୟଙ୍କୁ କାବୁ କରିଥିଲେ। ଏହାପରେ ଗ୍ରାମବାସୀଙ୍କ ଚାପରେ ପଡ଼ି ନିକଟସ୍ଥ ମନ୍ଦିରରେ ଉଭୟଙ୍କ ବିବାହ କରିଥିବା ଜଣାଯାଇଛି। ତାହା ବି ସତ କଥା କେତେ ଆଉ ଲୁଚା ଛପାରେ ଦେଖା କରି ଲୋକଙ୍କୁ ହଇରାଣ କରିବେ, ଦୁହିଁଙ୍କୁ ବାହା କରିଦେଲେ ସେ ବି ଖୁସି ଗାଁ ଲୋକ ବି ଖୁସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.