ଫିଲ୍ମ ଛାଡିଲା ପରେ ଏବେ ଚାଷରେ ବ୍ୟସ୍ତ ଏହି ଫିଲ୍ମ କଳାକାର, କିଏ ଟମାଟର ଚାଷ କରୁଛନ୍ତି ତ କିଏ ଗୋବର ଉଠାଉଛନ୍ତି

ସମୟ ସମସ୍ତଙ୍କ ପାଇଁ ସମାନ ନଥାଏ । ଏକଦା ରଂଗ ତୁଳୀ ଓ ଆଲୋକର ପରିବେଶରେ ସମୟ କାଟୁଥିବା କଲାକାରଟିଏ ବି ମାଟି -ପାଣି ସହ ଯୋଡି ହୋଇ ଯାଇପାରେ ତାହା ଏଠାରେ ଦେଖିବାକୁ ମିଳେ ।

ସମୟ ସମସ୍ତଙ୍କ ପାଇଁ ସମାନ ନଥାଏ । ଏକଦା ରଂଗ ତୁଳୀ ଓ ଆଲୋକର ପରିବେଶରେ ସମୟ କାଟୁଥିବା କଲାକାରଟିଏ ବି ମାଟି -ପାଣି ସହ ଯୋଡି ହୋଇ ଯାଇପାରେ ତାହା ଏଠାରେ ଦେଖିବାକୁ ମିଳେ ।

ଏକଦା ବଲିଉଡରେ ଲୋକଙ୍କ ହୃଦୟରେ ରାଜ କରୁଥିବା ଏହି ମହାନ କଳାକାରମାନେ ଆଜି ସମ୍ପୁର୍ଣ୍ଣ ଫିଲ୍ମ ଦୁନିଆ ଠାରୁ ଦୂରରେ । ବୟସର ଅପରାହ୍ଟରେ ବି ଏମାନେ କର୍ମ ତତ୍ପର । ତେବେ ଚାଷ ଜମିରେ । କିଏ ଟମାଟ ଚାଷରେ ବ୍ୟସ୍ତ ତ କିଏ କୋବି ଚାଷରେ ପୁଣି କିଏ ଗୋବର ଉଠାଇବାକୁ ବି ପଛଉ ନାହାଁନ୍ତି ।

ଆସନ୍ତୁ ଜାଣିବା ଏହି ଫିଲ୍ମ କଳାକାରମାନଙ୍କୁ ଯିଏ ଅଭିନୟ ଦୁନିଆରୁ ଦୂରେଇବା ପରେ ଚାଷରେ ବ୍ୟସ୍ତ । ଏହି ତାଲିକାରେ ଅଛନ୍ତି ଧର୍ମେନ୍ଦ୍ର, ଜୁହି ଚାଓ୍ଵାଲା, ପ୍ରୀତି ଜିଣ୍ଟା ଓ ଗାୟକ ଲକି ଅଲିଙ୍କ ସହ ବହୁ କଳାକାର ।

ରାକ୍ଷୀ ଗୁଲଜାର : ଏହି ତାଲିକାର ପ୍ରଥମରେ ଆସନ୍ତି ସୁନ୍ଦରୀ ଅଭିନେତ୍ରୀ ରାକ୍ଷୀ ଗୁଲଜାର । ଆଉ ଫିଲ୍ମ କୁ ନାହାଁନ୍ତି । ଏବେ ସେ ୭୫ ବର୍ଷ ବୟସରେ ପହଞ୍ଚିଛନ୍ତି । ପ୍ରଚାର-ପ୍ରସାର ଠାରୁ ବହୁ ଦୂରରେ । ବଲିଉଡକୁ ବାଏ କରିଥିବା ରାକ୍ଷୀ ଏବେ ପନେଓ୍ଵଲରେ ଏକ ଫାର୍ମ ହାଉସରେ ଚାଷ କରୁଛନ୍ତି । ଚାଷ ସହିତ ଗୋ-ପାଳନ ଓ ଗୋରୁଙ୍କ ସେବା ମଧ୍ୟ କରୁଛନ୍ତି ।

dharmendra
photo : hindi.news18.com

ଧର୍ମେନ୍ଦ୍ର : ୧୯୭୦ ରୁ ୮୦ ଓ ୯୦ ଦଶକ ଯାଏ ବଲିଉଡରେ ରାଜ କରୁଥିବା ଧର୍ମେନ୍ଦ୍ର ଆଜି ୮୭ ବର୍ଷରେ ପହଞ୍ଚିଛନ୍ତି । ହେଲେ ତାଙ୍କର ଯୋଶ ଓ ଇଚ୍ଛା ଶକ୍ତିକୁ ଦେଖିଲେ ଯେ କେହି କାବା ହୋଇଯିବେ । ଏ ବୟସରେ ବି ସେ ଜମିରେ ଚାଷ କରୁଛନ୍ତି । ନିଜର ଫାର୍ମ ହାଉସରେ ଏବେ ସେ ଗାଇ ରଖିବା ସହ ଅର୍ଗାନିକ ଚାଷ କରୁଛନ୍ତି । ପନି ପରିବା ଫଳାଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଏକ ସାକ୍ଷାତକାରରେ ଧର୍ମେନ୍ଦ୍ର କହିଥିଲେ, ଯେପର୍ଯ୍ୟନ୍ତ ମୁଁ ଗୋବର ନ ଉଠାଇଛି ମୋର ଦିନ ଆରମ୍ଭ ହୋଇ ନଥାଏ ।

ଲକି ଅଲି : ୯୦ ଦଶକରେ ପ୍ରଖ୍ୟାତ ଗାୟକଲକି ଅଲି ଏବେ ପୂର୍ଣ୍ଣ ଚାଷୀ ହୋଇ ଯାଇଛନ୍ତି । ଏକଦା ଲକି ଅଲିଙ୍କ ସଂଗୀତ ‘ଏକ ପଲ କା ଜିନା’, ‘ଆ ଭି ଜା ଆ ଭି ଜା’, ‘ ନା ତୁମ ଜାନୋ ନା ହମ୍‌ ’ ଭଳି ଗୀତ ଗାଇ ବହୁତ ପ୍ରସିଦ୍ଧ ହୋଇଥିଲେ । ଏବେ ସେ ସଂଗୀତ ଦୁନିଆ ଛାଡି କୃଷକ ବନି ଯାଇଛନ୍ତି ଓ ଭଲ ଟଙ୍କା ରୋଜଗାର ବି କରୁଛନ୍ତି ।

priti
photo : hindi.news18.com

ପ୍ରୀତି ଜିଣ୍ଟା : ପ୍ରୀତି ଜିଣ୍ଟା ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । ବଲିଉଡର ଭିଡ ଦୁନିଆ ଛାଡିବା ପରେ ଏବେ ସେ ନିଜର କିଚେନ ଗାର୍ଡେନରେ ଟମାଟର, ଶିମଲା ମିର୍ଚ ଆଦି ଫଳାଇ ଇନଷ୍ଟାଗ୍ରାମରେ ସେୟାର କରୁଛନ୍ତି । ପ୍ରୀତି ଏହା ବି କହିଛନ୍ତି, ସେ ଜଣେ କୃଷକ ଏବଂ କୃଷିରେ ଋଚି ରଖନ୍ତି । ଏହାଛଡା ହିମାଚଳ ବେଲ୍ଟରେ ଆପଲ ଫାର୍ମିଂ କମ୍ୟୁନିଟିରେ ମଧ୍ୟ ଭାଗ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.