ଗୁଗଲ ଡିଲିଟ କରିଦେବ ଆପଣଙ୍କ Gmail ଆକାଉଣ୍ଟ, ଜାଣନ୍ତୁ କାହିଁକି
ଅତି କମରେ ଦୁଇ ବର୍ଷ ଧରି ବ୍ୟବହାର ହୋଇନଥିବା କିମ୍ବା ସାଇନ ଇନ ହୋଇନଥିବା ଗୁଗଲ ଆକାଉଣ୍ଟକୁ ଟେକ ଜିଆଣ୍ଟ ଡିଲିଟ କରିବା ଆରମ୍ଭ କରିବ ବୋଲି ଘୋଷଣା କରିଛି । ଏହା Gmail, Docs , ଡ୍ରାଇଭ୍, ମିଟ୍, କ୍ୟାଲେଣ୍ଡର, ୟୁଟ୍ୟୁବ ଏବଂ ଗୁଗଲ ଫଟୋ ଉପରେ ପ୍ରଭାବ ପକାଇବ ।
କିଛି ସପ୍ତାହ ପୂର୍ବରୁ ଗୁଗଲ ଏହାର ଇନଆକ୍ଟିଭ ଆକାଉଣ୍ଟ ପଲିସିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ ବିଷୟରେ ଘୋଷଣା କରିଥିଲା । ଅତି କମରେ ଦୁଇ ବର୍ଷ ଧରି ବ୍ୟବହାର ହୋଇନଥିବା କିମ୍ବା ସାଇନ ଇନ ହୋଇନଥିବା ଗୁଗଲ ଆକାଉଣ୍ଟକୁ ଟେକ ଜିଆଣ୍ଟ ଡିଲିଟ କରିବା ଆରମ୍ଭ କରିବ ବୋଲି ଘୋଷଣା କରିଛି । ମିଳିଥିବା ରିପୋର୍ଟ ଅନୁଯାୟୀ, ଗୁଗଲ ବର୍ତ୍ତମାନ ୟୁଜର୍ସମାନଙ୍କୁ ଏହି ପରିବର୍ତ୍ତନ ବିଷୟରେ ଜଣାଇବ ଯାହା ଦ୍ୱାରା ସେମାନେ ନିଜ ଆକାଉଣ୍ଟକୁ ଅଟୋ-ଡିଲିଟରୁ ରୋକି ପାରିବେ ।
ଗୁଗଲର ନୂଆ ପଲିସି ୟୁଜର୍ସଙ୍କ ସେଫଟିକୁ ନଜର ଦେବ ଏବଂ ଇନଆକ୍ଟିଭ ଆକାଉଣ୍ଟସ୍ର ବିପଦକୁ କମ କରିବା ପାଇଁ ସାହାଯ୍ୟ କରିବ । ବ୍ଲଗ୍ ପୋଷ୍ଟଗୁଡିକ ମଧ୍ୟରୁ ଗୋଟିଏରେ, ଗୁଗଲ ନୋଟ କରିଛି ଯେ ନୂଆ ପଲିସି ଡିସେମ୍ବର ୨୦୨୩ ରୁ କାର୍ଯ୍ୟକାରୀ ହେବ। ଯାହାର ଆକାଉଣ୍ଟ ଡିଲିଟ ହେବାର ଆଶଙ୍କା ରହିଥିବ, କମ୍ପାନୀ ସେହି ୟୁଜର୍ସଙ୍କୁ ୮ ମାସ ପୂର୍ବରୁ ଓ୍ଵାର୍ଣ୍ଣିଂ ଇମେଲ ପଠାଇବ । ଇନଆକ୍ଟିଭ ଆକାଉଣ୍ଟରେ ଷ୍ଟୋର ଥିବା ସମସ୍ତ କଣ୍ଟେଟକୁ ଡିଲିଟ ପ୍ରକ୍ରିୟା ପ୍ରଭାବିତ କରିବ । ଏହା Gmail, Docs , ଡ୍ରାଇଭ୍, ମିଟ୍, କ୍ୟାଲେଣ୍ଡର, ୟୁଟ୍ୟୁବ ଏବଂ ଗୁଗଲ ଫଟୋ ଉପରେ ପ୍ରଭାବ ପକାଇବ । ଗୋଟିଏ ଆକାଉଣ୍ଟ ଡିଲିଟ କରିବା ପୂର୍ବରୁ ଗୋଟିଏ ମାସ ମଧ୍ୟରେ ଇମେଲ ଆଡ୍ରେସ ଏବଂ ରିକଭରି ଇମେଲକୁ ଏକାଧିକ ନୋଟିସ ପଠାଇବ ବୋଲି ଗୁଗଲ କହିଛି ।
ଗୁଗଲ ଇନଆକ୍ଟିଭ ଆକାଉଣ୍ଟ ଡିଲିଟ କରିବାର କାରଣ କଣ ରହିଛି ଆସନ୍ତୁ ଜାଣିବା । ସୁରକ୍ଷାକୁ ବଢ଼ାଇବା ପାଇଁ ଗୁଗଲ ଦୁଇ ବର୍ଷ ଧରି ଇନଆକ୍ଟିଭ ଥିବା ଆକାଉଣ୍ଟଗୁଡ଼ିକୁ ଡିଲିଟ କରିବାକୁ ପ୍ଲାନ କରୁଛି। କମ୍ପାନୀ କହିଛି ଯେ ବ୍ୟବହାର ହେଉନଥିବା ଆକାଉଣ୍ଟଗୁଡିକ ଆକ୍ଟିଭ ଆକାଉଣ୍ଟ ତୁଳନାରେ ଅତି କମରେ ୧୦ ଗୁଣ କମ ସୁରକ୍ଷିତ ଥାଏ । ଯାହା ଆକାଉଣ୍ଟକୁ ହ୍ୟାକିଂ ପାଇଁ ସହଯୋଗ କରିଥାଏ । ଥରେ ଗୋଟିଏ ଆକାଉଣ୍ଟରେ ହ୍ୟାକିଂ ହୋଇଗଲେ, ଏହା ସମସ୍ତ ଡିଟେଲ୍ସ ଚୋରି ଠାରୁ ସ୍ପାମ୍ ପଠାଇବା ପର୍ଯ୍ୟନ୍ତ ଯେକୌଣସି ଜିନିଷ ପାଇଁ ବ୍ୟବହାର କରାଯାଇ ପାରିବ । ଗୁଗଲ କହିଛି ଯେ ଇନଆକ୍ଟିଭ ଆକାଉଣ୍ଟ ଡିଲିଟ କରିବା ଦ୍ୱାରା ଏହି ପ୍ରକାର ଆଟାକର ଆଶଙ୍କା କମିଯିବ। ଗୁଗଲ ଦେଇଥିବା ସୂଚନା ଅନୁସାରେ ନୂଆ ପଲିସି କେବଳ ପର୍ସନାଲ ଗୁଗଲ ଆକାଉଣ୍ଟରେ ଆପ୍ଲାଏ ହେବ । ଏହା ସ୍କୁଲ କିମ୍ବା ବ୍ୟବସାୟ ପରି ସଂସ୍ଥାର ଆକାଉଣ୍ଟରେ ପ୍ରଭାବ ପକାଇବ ନାହିଁ।
ଗୁଗଲ, ୟୁଜର୍ସମାନଙ୍କୁ ସେମାନଙ୍କ ଆକାଉଣ୍ଟକୁ ରିଆକ୍ଟିଭ କରିବାକୁ ଓ୍ଵାର୍ଣ୍ଣିଂ ଇମେଲ ପଠାଇବ । ଯଦି ଆପଣଙ୍କର ଏଭଳି ଏକ ଗୁଗଲ ଆକାଉଣ୍ଟ ରହିଥିବ ଯାହାକୁ ଆପଣ ମାସ ମାସ ଧରି ବ୍ୟବହାର କରୁନଥିବେ, ଆପଣ ଏହାକୁ ଡିଲିଟ ହେବାରୁ କିପରି ରୋକିବେ ତାହା ନିଶ୍ଚିତ ଭାବେ ଜାଣି ରଖନ୍ତୁ । ସର୍ବପ୍ରଥମେ ଆକାଉଣ୍ଟରେ ଲଗ୍ ଇନ୍ କରନ୍ତୁ ଯେଉଁ ଆକାଉଣ୍ଟକୁ ଆପଣ ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରି ନାହାନ୍ତି । ପରେ କୌଣସି ଏକ ଇମେଲ ଖୋଲି ପଢ଼ନ୍ତୁ ଏବଂ କୌଣସି ଏକ ଇମେଲ ସେଣ୍ଡ କରନ୍ତୁ । ଗୁଗଲ ଡ୍ରାଇଭ୍ ବ୍ୟବହାର କରନ୍ତୁ । ଏକ ୟୁଟ୍ୟୁବ ଭିଡିଓ ଦେଖନ୍ତୁ । ଗୁଗୁଲ୍ ପ୍ଲେ ଷ୍ଟୋରରୁ ଏକ ଆପ୍ ଡାଉନଲୋଡ କରନ୍ତୁ । ଗୁଗଲ ସର୍ଚ୍ଚ ବ୍ୟବହାର କରନ୍ତୁ । ଏକ ଥାର୍ଡ ପାର୍ଟି ଆପ୍ କିମ୍ବା ସର୍ଭିସରେ ସାଇନ ଇନ୍ କରିବା ପାଇଁ ଗୁଗୁଲ ବ୍ୟବହାର କରନ୍ତୁ ।
ଯଦି ଆପଣ ଦୁଇ ବର୍ଷ ଧରି ଆପଣଙ୍କର ଗୁଗଲ ଆକାଉଣ୍ଟ ବ୍ୟବହାର ନକରି ମଧ୍ୟ, ଆପଣଙ୍କର ଆକାଉଣ୍ଟ ମାଧ୍ୟମରେ ସବସ୍କ୍ରିପସନ ସେଟ୍ ଅପ୍ ରଖିଛନ୍ତି ତେବେ ଗୁଗୁଲ ଆପଣଙ୍କ ଆକାଉଣ୍ଟକୁ ଡିଲିଟ କରିବ ନାହିଁ ।