କ୍ୟାନସର ରୋଗ ଚିକିତ୍ସା ସମୟରେ କେଶ ଝଡେ କାହିଁକି, ଜାଣନ୍ତୁ ଏପରି ହେବାର କାରଣ

କ୍ୟାନସରର ଚିକିତ୍ସା ସମୟରେ ଅଧିକାଂଶ ଲୋକଙ୍କ କେଶ ଝଡିଥାଏ । ଏହି ସମୟରେ ରୋଗୀର ଚୁଟି ଝଡିବାର ମୁଖ୍ୟ କାରଣ କେମୋଥେରାପୀ ।

କ୍ୟାନସର ଏକ ଗମ୍ଭୀର ଏବଂ ମାରାତ୍ମକ ରୋଗ । ଯଦି ଉଚିତ ସମୟରେ ଏହି ରୋଗର ଚିକିତ୍ସା ନକରାଯାଏ ତେବେ ଏହା ମଣିଷ ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । କେମୋଥେରାପୀ କ୍ୟାନସର ଚିକିତ୍ସାର ଏକ ପ୍ରଭାବୀ ଓ ପ୍ରଚଳିତ ଉପାୟ । କ୍ୟାନସରର ଚିକିତ୍ସା ସମୟରେ ଅଧିକାଂଶ ଲୋକଙ୍କ କେଶ ଝଡିଥାଏ । ଏହି ସମୟରେ ରୋଗୀର ଚୁଟି ଝଡିବାର ମୁଖ୍ୟ କାରଣ କେମୋଥେରାପୀ । କାରଣ କେମୋ ଶରୀରରେ ଦ୍ରୁତ ଗତିରେ ବଢୁଥିବା କ୍ୟାନସର କୋଷିକାକୁ ଟାର୍ଗେଟ୍ କରିଥାଏ । ଏହା ଆମ କେଶର ମୂଳକୁ କ୍ଷତି ପହଞ୍ଚାଇଥାଏ ଯାହା ଫଳରେ କେଶ ଝଡିଥାଏ ।

ଏହା ବ୍ୟତୀତ ରେଡିଏସନ୍ ଥେରାପୀ ବି ବେଳେବେଳେ କେଶ ଉପୁଡିବାର କାରଣ ହୋଇଥାଏ । ଯେତେବେଳେ ଏହାର ଉପଯୋଗ ମୁଣ୍ଡ ଓ ବେକ କ୍ୟାନସରର ଚିକିତ୍ସା ଲାଗି କରାଯାଏ । ଏହା ଏହି ଦିଗ ଉପରେ ନିର୍ଭର କରିଥାଏ ଯେଉଁଠାରେ ରେଡିଏସନ୍ ଦିଆଯାଇଥାଏ । ତେବେ ସମସ୍ତ କେମୋଥେରାପୀ ରୋଗୀଙ୍କ କେଶ ଝଡି ନ ଥାଏ । ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ । ସମସ୍ତ କେମୋଥେରାପୀ ମେଡିସିନ୍ କାରଣରୁ କେଶ ଝଡି ନ ଥାଏ ବରଂ ବିଭିନ୍ନ ପ୍ରକାର ମେଡିସିନ୍ କେଶ ଉପରେ ଅଲଗା ଅଲଗା ଭାବେ ପ୍ରଭାବ ପକାଇଥାଏ । ଯେପରିକି ବ୍ରେଷ୍ଟ କ୍ୟାନସରର ଉପଚାରରେ କେମୋଥେରାପୀ ନେବା ସମୟରେ କେଶ ନିଶ୍ଚୟ ଝଡିବ । ଏହି ପ୍ରକାର କେମୋଥେରାପୀ ସମୟରେ କ୍ୟାନସର ମେଡିସିନରେ ଏକ ବିଶିଷ୍ଟ ମିଶ୍ରଣର ଉପଯୋଗ କରାଯାଏ । କ୍ୟାନସର ଚିକିତ୍ସା ସମୟରେ କେଶ ଝଡିବା ବ୍ୟତୀତ, କେଶ ପତଳା ହେବା, ଚନ୍ଦାପଣ ଆଦି ସମସ୍ୟା ମଧ୍ୟ ଦେଖାଦିଏ ।

କେମୋଥେରାପୀ ଚିକିତ୍ସାର ୩ ସପ୍ତାହ ପରେ ଏହି କେଶ ଝଡିବା ସମସ୍ୟା ଦେଖାଦେଇଥାଏ । କିନ୍ତୁ କେମୋଥେରାପୀ ଦ୍ୱାରା ଆପଣ ସବୁଦିନ ପାଇଁ କେଶ ହରାଇ ନ ଥାନ୍ତି । ଚିକିତ୍ସା ସମାପ୍ତ ହେବାର କିଛି ମାସ ଭିତରେ ପୁଣି ମୁଣ୍ଡରେ କେଶ ଉଠିଥାଏ । ପ୍ରାୟତଃ ୩ରୁ ୫ ମାସ ଭିତରେ ପୁଣି ମୁଣ୍ଡରେ କେଶ ଉଠିଯାଏ । କିନ୍ତୁ ଆପଣ ମନେ ରଖିବେ କେଶ ଉଠିବାର ପ୍ରାରମ୍ବିକ ଅବସ୍ଥାରେ ଏହାର ଉପଚାର ବହୁତ ଯତ୍ନର ସହିତ କରିବେ । ଏହି ସମୟରେ କେଶ କୌଣସି ପ୍ରକାରର କଲରର ପ୍ରୟୋଗ କରିବେନାହିଁ । ଏହା ସହିତ କେଶରେ କୌଣସି ପ୍ରକାର ହିଟିଂ ଉପକରଣ ବି ଲଗାଇବେ ନାହିଁ । ଦେଖିବେ ଏହି ସବୁ ଦିଗକୁ ଧ୍ୟାନ ଦେଲେ ଆପଣଙ୍କ କେଶ ପୂର୍ବ ଭଳି ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.