ମହାଭାରତ ଯୁଦ୍ଧରେ ପ୍ରାଣ ହରାଇଥିବା ଯୋଦ୍ଧାଙ୍କ ପାଇଁ ଏହି ସ୍ଥାନରେ ଦୀପଦାନ କରିଥିଲେ ଯୁଧିଷ୍ଠିର, ଆଜି ବି ଚାଲିଛି ପରମ୍ପରା

କାର୍ତ୍ତିକ ପୂର୍ଣ୍ଣିମା ଗଙ୍ଗା ସ୍ନାନ ମେଳାର ଇତିହାସ ହସ୍ତିନାପୁର ସହ ଜଡ଼ିତ ଥିବା ବିଶ୍ୱାସ କରାଯାଏ। କର୍ଣ୍ଣ ମନ୍ଦିର ମହନ୍ତ ଶଙ୍କର ଦେବଜୀ ମହାରାଜଙ୍କ ଅନୁସାରେ, ମହାଭାରତ ଯୁଦ୍ଧରେ ନିଜ ଆତ୍ମୀୟ ଏବଂ ଲକ୍ଷ ଲକ୍ଷ ଯୋଦ୍ଧାଙ୍କ ମୃତ୍ୟୁ ପରେ ପାଣ୍ଡବଙ୍କ ମନ ଅଶାନ୍ତିରେ ବାତୁଳ ହୋଇଉଠିଲା। ଏହା ଦେଖି ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ଦୀପଦାନ କରିବାକୁ ପରାମର୍ଶ ଦେଲେ। ଏହାପରେ ଯୁଧିଷ୍ଠିର ଏବଂ ତାଙ୍କ ସମସ୍ତ ଭାଇଙ୍କୁ ନେଇ ଶ୍ରୀକୃଷ୍ଣ ଗଙ୍ଗା ତଟରେ ପହଞ୍ଚିଥିଲେ। ଆଉ ସେଠାରେ ଦୀପଦାନ କରାଇଥିଲେ।

ଏହାସହ ପଢ଼ନ୍ତୁ: ଏ ହେଉଛି ‘ଭାରତର ଶେଷ ଚା’ ଦୋକାନ’, ଯାହା ସାମ୍ନାରେ ଛିଡ଼ାହୋଇ ଫଟୋ ଉଠାଇବାକୁ ପସନ୍ଦ କରନ୍ତି ପର୍ଯ୍ୟଟକ

କେବେଠୁ ଆରମ୍ଭ ହୋଇଥିଲା ଏହି ଦୀପଦାନ ପରମ୍ପରା

ହସ୍ତିନାପୁର ନଗରୀ ଆଜି ମଧ୍ୟ ଅନେକ ଐତିହାସିକ ପରମ୍ପରାର ମୂକସାକ୍ଷୀ। ଏହାର ଭାଗବଣ୍ଟାକୁ ନେଇ କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ କୁରୁକ୍ଷେତ୍ରରେ ମହାଭାରତ ଯୁଦ୍ଧ ହୋଇଥିଲା। ଲକ୍ଷ ଲକ୍ଷ ଯୋଦ୍ଧାଙ୍କ ଆତ୍ମାର ଶାନ୍ତି ପାଇଁ ଗଙ୍ଗାରେ ଦୀପଦାନ ପରମ୍ପରା ଆରମ୍ଭ ହୋଇଥିଲା। କାର୍ତ୍ତିକ ପୂର୍ଣ୍ଣିମା ଗଙ୍ଗା ସ୍ନାନ ମେଳାରେ ଦୀପଦାନ ପ୍ରଥାର ଶୁଭାରମ୍ଭ ଭଗବାନ ଶ୍ରୀକୃଷ୍ଣ ହିଁ କରାଇଥିଲେ। ସେହି ସମୟଠାରୁ ଲୋକେ ହସ୍ତିନାପୁର ସହ ମଖଦୁମପୁରରେ ବି କାର୍ତ୍ତିକ ପୂର୍ଣ୍ଣିମାରେ ଗଙ୍ଗା ସ୍ନାନ କରିବାକୁ ଲାଗିଲେ। ଏଠାରେ ମଧ୍ୟ ଦୀପଦାନ ପରମ୍ପରା ଚାଲିଲା।

ଆତ୍ମୀୟ ଏବଂ ଯୋଦ୍ଧାଙ୍କ ଲାଗି ଦୀପଦାନ

ଇତିହାସ ଅନୁସାରେ, କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ ହୋଇଥିବା ମହାଭାରତ ଯୁଦ୍ଧରେ ଲକ୍ଷ ଲକ୍ଷ ଯୋଦ୍ଧା ପ୍ରାଣ ହରାଇଥିଲେ। ଏଥିରେ ପାଣ୍ଡବଙ୍କର ମଧ୍ୟ ପ୍ରିୟ ଆତ୍ମୀୟ ସ୍ୱଜନ ସାମିଲ ଥିଲେ, ଯେଉଁଥିପାଇଁ ପାଣ୍ଡବଙ୍କ ମନ ବ୍ୟଥିତ ହୋଇଉଠିଲା। ସେମାନଙ୍କ ମନରେ ରାଜପାଟ ପ୍ରତି ବିରକ୍ତି ଭାବ ଉତ୍ପନ୍ନ ହେବାରେ ଲାଗିଲା। ଏହାଦେଖି ଭଗବାନ ଶ୍ରୀକୃଷ୍ଣ ଚିନ୍ତିତ ହୋଇପଡ଼ିଲେ।

1234

ଏହାସହ ପଢ଼ନ୍ତୁ: ଭାରତର ଏମିତି ଏକ ବଜାର, ଯାହାକୁ ମହିଳା ମାନେ ହିଁ ପରିଚାଳନା କରିଥାନ୍ତି

ଆତ୍ମୀୟଙ୍କ ଆତ୍ମାର ମୁକ୍ତି ପାଇଁ ଭଗବାନ ଶ୍ରୀକୃଷ୍ଣ ଏବଂ ଯୁଧିଷ୍ଠିର ମୁନି-ଋଷିଙ୍କଠାରୁ ଉଚିତ ପରାମର୍ଶ ମାଗିଥିଲେ। ଏହାପରେ ସେମାନେ କାର୍ତ୍ତିକ ମାସରେ ଭାଇ ଦୁଜ୍‌ ପର୍ବ ସମ୍ପନ୍ନ ହେବା ପରେ ହସ୍ତିନାପୁରଠାରୁ କିଛି ଦୂର ଗଙ୍ଗା ତଟରେ ପହଞ୍ଚିଥିଲେ। ସେଠାରେ ସେମାନେ ମୁନି-ଋଷିଙ୍କ କହିବା ଅନୁସାରେ କିଛି ବିଧି ପାଳନ କରିଥିଲେ। ଏଥିପାଇଁ କୌରବ ଏବଂ ପାଣ୍ଡବଙ୍କ ସହ ଭଗବାନ ଶ୍ରୀକୃଷ୍ଣ କିଛି ଦିନ ଗଙ୍ଗା ତଟରେ ଅଟକିଥିଲେ।

ଚତୁର୍ଦ୍ଦଶୀ ସନ୍ଧ୍ୟାରେ ଦୀପଦାନ କରିବାରେ ପାଣ୍ଡବଙ୍କ ବ୍ୟଥିତ ମନକୁ ଶାନ୍ତି ମିଳିଥିଲା। ଶ୍ରୀକୃଷ୍ଣ ଗଙ୍ଗାରେ ବୁଡ଼ ପକାଇ ପାଣ୍ଡବଙ୍କ ସହ ହସ୍ତିନାପୁର ଫେରି ଆସିଥିଲେ। ବର୍ତ୍ତମାନ ହସ୍ତିନାପୁର, ମଖଦୁମପୁର, ବିଦୂର କୁଟି, ଗଡ଼, ଖରଖାଲି, ବିଜନୋର୍‌ ବିରାଜ ସମେତ ବିଭିନ୍ନ ସ୍ଥାନରେ କାର୍ତ୍ତିକ ପୂର୍ଣ୍ଣିମା ଗଙ୍ଗା ସ୍ନାନ ମେଳା ପଡ଼ିଥାଏ।

karna

ଏହାସହ ପଢ଼ନ୍ତୁ: କାଳୀ ମାତାଙ୍କ ଏପରି ଚତ୍ମକାରୀ ମନ୍ଦିର, ଯେଉଁଠି ଆଜି ବି ଶୁଭୁଛି ମାତାଙ୍କ ପାଉଁଜିର ରୁଣୁଝୁଣୁ ଶବ୍ଦ

ବିଶ୍ୱ ବିଖ୍ୟାତ କର୍ଣ୍ଣ ମନ୍ଦିର

କସ୍‌ବାରେ ଥିବା କର୍ଣ୍ଣ ମନ୍ଦିର ଆଜି ବି ବିଶ୍ୱ ବିଖ୍ୟାତ। ଏହି ସ୍ଥାନ ‘କର୍ଣ୍ଣ ଘାଟ’ ନାଁରେ ଜଣାଶୁଣା। ଏଠାରେ ମହାଭାରତ ଯୁଦ୍ଧ ସମୟରେ କର୍ଣ୍ଣ ପ୍ରତିଦିନ ଗଙ୍ଗାରେ ସ୍ନାନ କରି ମା’ କାମାକ୍ଷା ଦେବୀଙ୍କ ପୂଜା କରୁଥିଲେ। ଏହାସହ ସେ ଗରିବଙ୍କୁ ସୁନାଦାନ କରୁଥିଲେ ବୋଲି ଲୋକବିଶ୍ୱାସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.