ଅଯୋଧ୍ୟାରେ ନୂଆ ସକାଳ : ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଚଳଚଞ୍ଚଳ ଅଯୋଧ୍ୟାର ମନ୍ଦିର, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ

ନୂଆଦିଲ୍ଲୀ : ଅଯୋଧ୍ୟା ଜମି ମାମଲା ନେଇ ଚାଲିଥିବା ବିବାଦର ଅନ୍ତ ଘଟିଛି। ସୁପ୍ରିମ କୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସର୍ବସମ୍ମତ କ୍ରମେ ଶୁଣାଇଥିବା ନିଷ୍ପତ୍ତି ନେଇ ଅଯୋଧ୍ୟାରେ ଉତ୍ସାହର ମାହୋଲ। ଅଯୋଧ୍ୟାରେ ପୋଲିସ ସୁରକ୍ଷା କଡ଼ାକଡ଼ି ରହିଥିଲେ ମଧ୍ୟ ସକାଳୁ ସକାଳୁ ଚଳଚଞ୍ଚଳ ହୋଇଛି ସହର। ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ସରଜୁ ନଦୀରେ ବୁଡ଼ ପକାଇ ନୂଆ ସକାଳକୁ ସ୍ୱାଗତ କରିଛନ୍ତି।

womenଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଅଯୋଧ୍ୟାର ବିଭିନ୍ନ ମଠର ମହନ୍ତ ମାନେ ସ୍ୱାଗତ କରିଛନ୍ତି। ସାଧାରଣ ଜୀବନ ପରି ସ୍ୱାଭାବିକ ରହିଛି ଅଯୋଧ୍ୟାର ସକାଳ। ତେବେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.