କରୋନା ପରିବାର ଲୋକଙ୍କୁ ଏକୁଟିଆ କରିଦେଉଛି, ଟ୍ବିଟ କରି ଜଣାଇଲେ ଅଶ୍ବିନୀଙ୍କ ପତ୍ନୀ ପ୍ରିୟା

କରୋନା ସହ ଲଢୁଛନ୍ତି ଭାରତୀୟ ସ୍ପିନର ଆର. ଅଶ୍ୱିନୀ । ଅଶ୍ବିନୀଙ୍କ ପରିବାରର ୧୦ ସଦସ୍ୟ କରୋନାର ବଶବର୍ତ୍ତୀ ହୋଇଛନ୍ତି । ସେଥିପାଇଁ ଆଇପିଏଲ ଛାଡି ପରିବାରର ଲୋକଙ୍କୁ ସାହାରା ଦେବାକୁ ଚାଲିଆସିଛନ୍ତି ଅଶ୍ୱିନୀ । ପରିବାର ଲୋକଙ୍କୁ କରୋନା ହୋଇଥିବା ଖବର ଶୁଣି ସେ ଅଧାରୁ ଖେଳ ଛାଡି ଚାଲିଆସିଛନ୍ତି । ଅଶ୍ୱିନୀଙ୍କ ପତ୍ନୀଙ୍କ ସମେତ ଅନ୍ୟ ସଦସ୍ୟ କୋଭିଡର ଶିକାର ହୋଇଛନ୍ତି । ତେବେ ତାଙ୍କ ପତ୍ନୀ ପ୍ରିୟା ଏକ ଟ୍ୱିଟରରେ ନିଜର ମନ କଥା ସେୟାର କରିଛନ୍ତି । ସେ କହିଛନ୍ତି କରୋନା ପରିବାର ଲୋକଙ୍କୁ ଏକୁଟିଆ କରିଦେଉଛି ।

ଯଦି ଜଣେ ମାନସିକ ରୂପେ ଦୃଢ ନରହିବ ତାହେଲେ ଭଲ ହେବା କଷ୍ଟକର ହୋଇପଡିବ । ଗତ ସପ୍ତାହରେ ତାଙ୍କ ପରିବାରର ବଡ ବଡ ୩ ସଦସ୍ୟ କରୋନାରେ ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପ୍ରିୟା କହିଛନ୍ତି ଜଣେ ଶାରିରୀକ ରୂପରେ ଠିକ ହେବାକୁ ହେଲେ ମାନସିକ ଭାବେ ଠିକ୍ ହେବା ଦରକାର । ତେବେ ଦୁଃଖର ବିଷୟ ସମସ୍ତେ ଏ ପରିସ୍ଥିତିରେ ସାହାଯ୍ୟ କରିବାକୁ ଚାହାନ୍ତି କିନ୍ତୁ ଆସିପାରନ୍ତି ନାହିଁ । ଏହି ମହାମାରୀ ଏବେ ସମସ୍ତେ ନିସଙ୍ଗ କରିଦେଉଛି । ଏକୁଟିଆ ରହିବା ଛଡା ଆଉ କୌଣସି ଉପାୟ ନଥାଏ । ଏଥିପାଇଁ ସମସ୍ତେ ଟିକା ଲଗାନ୍ତୁ । ନିଜ ଘରେ ସୁରକ୍ଷିତ ରୁହନ୍ତୁ ।

ଗତ ସପ୍ତାହରେ ପରିବାର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଇପିଏଲ ଛାଡି ଚାଲି ଆସିଥିଲେ ଭାରତୀୟ ସ୍ପିନର ଆର୍. ଅଶ୍ୱିନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.