୧୧ବର୍ଷର କୁନି ବାଳିକା ପାଖରେ ନଥିଲା ଜୋତା, କିନ୍ତୁ ପାଦରେ ବ୍ୟାଣ୍ଡେଜ ବାନ୍ଧି ଦୌଡି ଜିତିଲେ ୩ ସ୍ୱର୍ଣ୍ଣ

କୁହାଯାଏ ମନୋବଳ ଥିଲେ କିଛି ବି କରିବା ସମ୍ଭବ। ଏପରି କିଛି ସମ୍ଭବ କରି ଦେଖାଇଛନ୍ତି ଫିଲିପାଇନ୍ସରେ ଜଣେ କୁନି ବାଳିକା। ତାଙ୍କର କ୍ରୀଡା ପ୍ରତି ଥିବା ସମର୍ପଣ ସଭିଙ୍କୁ ଚକିତ କରିଛି। ବୁଟ୍‌ କିଣିବାକୁ ଅର୍ଥ ନ ଥିବାରୁ ପାଦରେ ବ୍ୟାଣ୍ଡେଜ ବାନ୍ଧି ଦୌଡ଼ିଥିଲେ। ଆଉ ଜିତିଲେ ୩ ସ୍ୱର୍ଣ୍ଣ। ରିୟା ବୁଲୋସ ନାମ୍ନୀ ଆଥ୍‌ଲେଟ ଆନ୍ତଃ ସ୍କୁଲ ଦୌଡ଼ ପ୍ରତିଯୋଗିତାରେ ପାଦରେ ଭିନ୍ନ ଜୋତା ପିନ୍ଧିଥିଲେ। ବ୍ୟାଣ୍ଡେଜ ଦ୍ୱାରା ସେ ଏହି ଜୋତା ତିଆରି କରିଥିଲେ। କେବଳ ଏତିକି ନୁହେଁ, ବୁଟ୍‌ରେ ନାଇକର ଲୋଗୋ ମଧ୍ୟ ଲଗାଇଥିଲେ।

runner

ରିପୋର୍ଟ ଅନୁଯାୟୀ, ଏହି ଆଥ୍‌ଲେଟ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ୪୦୦ ମିଟର, ୮୦୦ ମି. ଓ ୧୫୦୦ ମି. ଦୌଡ଼ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି। କୋଚ୍‌ ପେଡ୍ରିରିକ ବି. ଭାଲେନଜୁଏଲା ସୋସିଆଲ ମିଡିଆରେ ଉକ୍ତ ଆଥ୍‌ଲେଟଙ୍କ ଫଟୋ ଶେୟାର କରିଥିଲେ। ଏହାପରେ ନାଇକ କମ୍ପାନୀକୁ ଉକ୍ତ ଆଥ୍‌ଲେଟଙ୍କୁ ସହାୟତା ପାଇଁ ଅନୁରୋଧ କରିଥିଲେ। ଏକ ବାସ୍କେଟବଲ ଷ୍ଟୋର ମାଲିକ ଜେଫ କାରିଆସୋ ଟୁଇଟର ୟୁଜର୍ସଙ୍କ ଠାରୁ ନମ୍ବର ନେବା ପରେ ବୁଲୋସଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ରିୟାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକ ବହୁତ ପ୍ରଶଂସା କରିବା ସହିତ ତାଙ୍କ ସାହାସକୁ ମଧ୍ୟ ପ୍ରଶଂସା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.