ଚତୁର୍ଥ ଟେଷ୍ଟ : ଟାର୍ଗେଟ ୨୪୫ ରନର ପିଛା କରୁଛି ଭାରତ, ହାରିବ ନା ଜିତିବ ?

ଲଣ୍ଡନ : ଚତୁର୍ଥ ଟେଷ୍ଟ ଜିତିବାକୁ ଭାରତ ଆଗରେ ଘରୋଇ ଇଂଲଣ୍ଡ ଦଳ ରଖିଛି ୨୪୫ ରନର ଟାର୍ଗେଟ୍ । ତେବେ ଏହାର ପିଛା କରୁଥିବା ବିରାଟ ବାହିନୀକୁ ପ୍ରଥମରୁ ଝଟକା ଦେଇଛନ୍ତି ଇଂଲଣ୍ଡ ପେସ୍ ବୋଲର୍ । ଦୁଇ ଓପ୍ନରଙ୍କ ସମେତ ପ୍ରଥମ ଇନିଂସରେ ଚମତ୍କାର ଶତକ କରି ଶେଷ ପର୍ଯନ୍ତ ଅପରାଜିତ ରହିଥିବା ଚେତେଶ୍ବର ପୂଜାରା ଖୁବ୍ ଶୀଘ୍ର ବିଦା ହୋଇଯାଇଛନ୍ତି । ଦଳୀୟ ସ୍କୋର ୪ ରନରେ ଲୋକେଶ ରାହୁଲଙ୍କୁ ଖାତା ଖୋଲିବା ପୂର୍ବରୁ କ୍ଲିନ୍ ବୋଲଡ୍ କରି ଦେଇଥିଲେ ବ୍ରଡ୍ । ପରେ ପୂଜାରା ୫ ଓ ଶିଖର ଧବନ ୧୭ ରନ କରି ଆଣ୍ଡର୍ସନଙ୍କ ଶିକାର ହୋଇଥିଲେ । ୨୦ ଓଭର ବେଳକୁ କୋହଲି ଓ ରାଣେ ପାଳି ସମ୍ଭାଳିଥିଲେ । ଦଳର ସ୍କୋର ଥିଲା ୩ ୱିକେଟରେ ୪୬ ରନ୍ । ଶେଷ ଇନିଂସରେ ଓଭାଲ ପିଚରେ ବ୍ୟାଟିଂ କରିବା ଭାରି କଷ୍ଟକର ହୋଇପଡୁଛି । ତେଣୁ ବଡ଼ ଭାଗିଦାରୀ ନହେଲେ ଭାରତୀୟ ଦଳ ନିଜକୁ ପରାଜୟରୁ ରକ୍ଷା କରିବା ସମ୍ଭବ ହେବ ନାହିଁ । ପୂର୍ବରୁ ଇଂଲଣ୍ଡର ଦ୍ବିତୀୟ ଇନିଂସ୍ ୨୭୧ ରନରେ ସମାପ୍ତ ହୋଇଥିଲା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.