Below header

ବେକରେ ପଦକ ଝୁଲାଇ ରାସ୍ତାରେ ଭିକ ମାଗୁଛନ୍ତି ପାରାଅଲିମ୍ପିଆନ୍

ଭୋପାଳ :  ଦେଶର ଜଣେ ପଦକ ବିଜେତା ପାରାଅଲିମ୍ପିଆନ୍ ରାସ୍ତାରେ ବୁଲି ଭିକ ମାଗିବା ଘଟଣା ଚର୍ଚ୍ଚାକୁ ଆସିଛି । ମଧ୍ୟପ୍ରଦେଶର ଜଣେ ଶ୍ରେଷ୍ଠ ପାରା ଆଥଲେଟ୍ ହେଉଛନ୍ତି ମନମୋହନ ଲୋଧି । ଯିଏକି ଜାତୀୟ ସ୍ତରରେ ଅନେକ ପଦକ ଜିତିଛନ୍ତି । ତେବେ ସେ ଭୋପାଳ ସହରର ବିଭିନ୍ନ ରାସ୍ତାରେ ବୁଲି ଭିକ ମାଗୁଥିବାର ଦେଖା ଯାଇଛି । ତାଙ୍କର ଅଭିଯୋଗ ହେଉଛି ରାଜ୍ୟ ସରକାର ତାଙ୍କୁ ଚାକିରି ଦେବାକୁ ଦେଇଥିବା ପ୍ରତିଶ୍ରତି ନରଖିବାରୁ ତାର ପ୍ରତିବାଦରେ ସେ ଏଭଳି କରୁଛନ୍ତି । ଏମିତିକି ମୁଖ୍ୟମନ୍ତ୍ରୀଙ୍କୁ ଚାରି ଚାରି ଥର ଭେଟିବା ପରେ ମଧ୍ୟ ତାଙ୍କୁ ଚାକିରି ମିଳିନାହିଁ ବୋଲି ମନମୋହନ କହିଛନ୍ତି । ତେଣୁ ପେଟ ପୋଷିବା ପାଇଁ ସେ ଭିକ ମାଗିବାକୁ ସ୍ଥିର କରିଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.