ଏହି ତାରିଖ ମଧ୍ୟରେ ତୁରନ୍ତ ନିଅନ୍ତୁ ହ୍ବାଟ୍ସଆପ୍ ବ୍ୟାକଅପ୍ : ନଚେତ୍ ଡିଲିଟ୍ ହୋଇଯିବ ସମସ୍ତ ଡାଟା

ଗୁଗଲ୍ ଡ୍ରାଇଭରେ ସେଭ୍ ଥିବା ଡାଟାର ନିଅନ୍ତୁ ବ୍ୟାକଅପ୍ । ନଚେତ୍ ହୋଇଯିବ ଡିଲିଟ୍ । ୟୁଜର୍ସଙ୍କୁ ଏଭଳି ଜରୁରୀ ସୂଚନା ଦେଇଛି ହ୍ବାଟ୍ସଆପ୍ । ୧୨ ନଭେମ୍ବର ୨୦୧୮ ମଧ୍ୟରେ ସେଭ୍ ଥିବା ଡାଟାର ବ୍ୟାକଅପ୍ ନରଖିଲେ ଡିଲିଟ୍ ହୋଇଯିବ ବୋଲି କହିଛି ହ୍ବାଟ୍ସଆପ୍ । ଏହା ସହ ଯେଉଁ ୟୁଜର୍ସମାନେ ଗତ ଏକ ବର୍ଷ ମଧ୍ୟରେ ହ୍ବାଟ୍ସଆପ ଡାଟାର ବ୍ୟାକଅପ୍ ନେଇ ନାହାଁନ୍ତି ସେମାନଙ୍କ ପାଖରେ ୩୦ ଅକ୍ଟୋବର ଯାଏଁ ସମୟ ଅଛି । ଏହି ସମୟ ମଧ୍ୟରେ ବ୍ୟାକଅପ୍ ନନେଲେ ଆପେ ଆପେ ଡାଟା ଡିଲିଟ୍ ହୋଇଯିବ ବୋଲି କହିଛି କମ୍ପାନୀ ।

ଜାଣନ୍ତୁ କାହିଁକି ନେବେ ହ୍ବାଟ୍ସଆପ୍ ଡାଟାର ବ୍ୟାକଅପ୍ 

ସୂଚନା ଅନୁସାରେ, ହ୍ବାଟ୍ସଆପ୍ ଏବଂ ଗୁଗଲର ପାର୍ଟନରସିପ୍ ପରେ ୟୁଜର୍ସଙ୍କୁ ଗୁଗଲ୍ ଡ୍ରାଇଭରେ ଫ୍ରି ସ୍ପେସ୍ ମିଳିବ । ଏହି ଚୁକ୍ତି ୧୨ ନଭେମ୍ବରରୁ ଆକ୍ଟିଭ୍ ହେବ । ଏମିତିରେ ଗୁଗଲ୍ ଡ୍ରାଇଭରେ ହ୍ବାଟ୍ସଆପ୍ ଷ୍ଟୋରେଜ୍ ଫ୍ରିରେ ପାଇବା ପାଇଁ ୟୁଜର୍ସଙ୍କୁ ୧ ବର୍ଷ ପୁରୁଣା ଡାଟାକୁ ମାନୁଆଲି ବ୍ୟାକଅପ୍ ନେବାକୁ ପଡିବ । ଏପରି ନକଲେ ଆପେ ଆପେ ଡାଟା ଡିଲିଟ୍ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.