୯୪ ବର୍ଷ ବୟସରେ ସ୍ବର୍ଣ୍ଣ ପଦକ ଜିତିଲେ ଭାଗଵାନୀ ଦେବୀ, ବିଭିନ୍ନ ପ୍ରାନ୍ତରୁ ଛୁଟୁଛି ପ୍ରଶଂସାର ସୁଅ

ଭାରତର ୯୪ ବର୍ଷୀୟା ସ୍ପ୍ରିଣ୍ଟର ଭାଗଵାନୀ ଦେବୀ ଦାଗର ଫିନଲାଣ୍ଡର ଟଂପେରେରେ ଅନୁଷ୍ଠିତ ବିଶ୍ୱ ମାଷ୍ଟର୍ସ ଆଥଲେଟିକ ଚମ୍ପିୟାନସିପରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।  ମାତ୍ର ୨୪.୭୪ ସେକେଣ୍ଡର ସମୟ ମଧ୍ୟରେ ନିଜ ଲକ୍ଷ ହାସଲ କରି ଭାଗଵାନୀ ଦେବୀ ଏହି ବିଜୟ ହାସଲ କରିଥିବା ନେଇ ଯୁବ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି ।

କହିରଖିବା ଉଚିତ ହେବକି ବିଶ୍ୱ ମାଷ୍ଟର୍ସ ଆଥଲେଟିକ ଚାମ୍ପିୟାନସିପ ୩୫ ବର୍ଷ କିମ୍ବା ତଦ୍ଦୃତ ବୟସର ଆଥଲେଟଙ୍କ ପାଇଁ ଅନୁଷ୍ଠିତ ହୋଇଥାଏ ।  ଚଳିତ ବର୍ଷ ଏହି ଚାମ୍ପିୟାନସିପ ଜୁନ ୨୯ ତାରିଖରୁ ଜୁଲାଇ ୧୦ତାରିଖ ପର୍ଯ୍ୟାନ୍ତ ଖେଳାଯାଇଥିଲା ।

ଶ୍ରୀମତୀ ଭାଗଵାନୀ ଦେବୀଙ୍କ ସାହସ ଓ ଦକ୍ଷତାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।  ଅନୁରାଗ କଶ୍ୟପ, ହରଦୀପ ସିଂହ ପୁରୀ, ପିୟୁଷ ଗୋୟଲଙ୍କ ପରି ମନ୍ତ୍ରୀମାନେ ବି ଶ୍ରୀମତୀ ଭାଗଵାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  ଏହା ବ୍ୟତୀତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ହରିୟାଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

ବିଭିନ୍ନ ମହଲରୁ ମଧ୍ୟ ଭାଗଵାନୀ ଦେବୀଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।  ଜଣେ ୟୁଜର ତାଙ୍କୁ ସୁପର ଲେଡିର ଆଖ୍ୟା ଦେଇଛନ୍ତି ।  ଆଉ କହିଛନ୍ତିକି ଆପଣଙ୍କ କାମ ଯୁବ ସମାଜକୁ ନିଶ୍ଚିତ ରୂପେ ପ୍ରେରିତ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.