Below header

ଡିଭିଲିୟର୍ସ ଖେଳିବାକୁ ଚାହୁଁଛନ୍ତି ବିଶ୍ବକପ୍, କିନ୍ତୁ ରଖିଛନ୍ତି ଏହି ସର୍ତ୍ତ

ଦକ୍ଷିଣ ଆଫ୍ରିକାର ଦମଦାର କ୍ରିକେଟର ଏବି ଡିବିଲିୟର୍ସ ହଠାତ୍ ମେ ୨୦୧୮ରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଏବଂ ନିରାଶ କରିଦେଲେ । ସେ ଅବସର ନେବା ସହିତ ବିଶ୍ୱକପ୍‌ ଖେଳିବେ ନାହିିଁ ବୋଲି ଜଣାଇବା ପରେ ସମସ୍ତେ ଦୁଃଖ ପ୍ରକାଶ କରିଥିଲେ । ତେବେ ନିକଟରେ ଏକ ଟକ୍ ଶୋରେ ଏବିଡି ୨୦୨୩ ବିଶ୍ୱକପ ଖେଳିବା ପାଇଁ ନିଜର ଇଚ୍ଛା ଜାହିର କରିଛନ୍ତି । କିନ୍ତୁ ସେ ଆଶ୍ଚର୍ଯ୍ୟକର ସର୍ତ୍ତ ରଖିଛନ୍ତି।

diviliersଏବିଡିଙ୍କୁ ଏକ ପ୍ରଶ୍ନ କରାଯାଇଥିଲା ଯେ ଅବସର ନେବା ପରେ ପ୍ରତ୍ୟାବର୍ତ୍ତନ ବାବଦରେ ବିଶେଷ କରି ୨୦୨୩ ବିଶ୍ୱକପରେ ଖେଳିବା ନେଇ ଭାବିଥିଲେ କି ? ଏହି ପ୍ରଶ୍ନରେ ଏବିଡି ନିଜର ହସକୁ କଣ୍ଟ୍ରୋଲ କରିପାରିଲେ ନାହିଁ, ତୁରନ୍ତ କହିଥିଲେ ସେତେବେଳକୁ କେତେ ବର୍ଷର ହୋଇଯାଇଥିବି, ୩୯ । ଏହା ସହିତ ଏବିଡି କହିଥିଲେ ଯେ, ମୁଁ ପ୍ରତ୍ୟାବର୍ତ୍ତନ କରିବି, ଯଦି ଏମ୍ଏସ୍ ଧୋନି ବି ସେତେବେଳେ ଖେଳୁଥିବେ ।

ଧୋନିଙ୍କୁ ଏବେ ୩୭ ବର୍ଷ ହୋଇଥିବା ବେଳେ ଏବିଡିଙ୍କୁ ୩୫ ବର୍ଷ । ଏବିଡି ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅବସର ନେଇ ସାରିଥିବା ବେଳେ ଧୋନି ଏବେବି ଖେଳ ଜାରି ରଖିଛନ୍ତି । ଯଦିଓ ଧୋନି ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଛନ୍ତି କିନ୍ତୁ ଦିନିକିଆ ଓ ଟି-୨୦ରେ ଖେଳୁଛନ୍ତି । ତେବେ ଧୋନି ଯଦି ୨୦୨୩ ବିଶ୍ୱକପ ଖେଳିବେ ତାଙ୍କୁ ସେତେବେଳକୁ ୪୧ ବର୍ଷର ହୋଇଯାଇଥିବେ ।

ଡିଭିଲିୟର୍ସ ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ମୋଟ୍ ୪୭ ଶତକ ଲଗାଇଛନ୍ତି। ଜଣେ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ଭାବେ ସେ ଜଣାଶୁଣା ଥିଲେ । ଏମିତିକି ଆଗାମୀ ବିଶ୍ୱ କପ୍‌ରେ ସେ ଦକ୍ଷିଣ ଆଫ୍ରିକାର ଦଳର ନେତୃତ୍ୱ ମଧ୍ୟ ନେଇଥାନ୍ତେ । ହେଲେ ଅଚାନକ କ୍ରିକେଟ୍‌ରୁ ଅବସର ନେଇଗଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.