ରାୟଗଡ଼ା : ବିଷାକ୍ତ ଛତୁ ଖାଇ ୮ଜଣ ଅସୁସ୍ଥ

ରାୟଗଡ଼ା : ବିଷାକ୍ତ ଛତୁ ଖାଇ ୮ଜଣ ଅସୁସ୍ଥ। ଗୁରୁତର ଅସୁସ୍ଥଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ୪ଜଣ ମହିଳା ଓ ୪ଜଣ ପୁରୁଷ ରହିଛନ୍ତି। କାଶିପୁର ଅଞ୍ଚଳର ଏହି ଶ୍ରମିକମାନେ କଲ୍ୟାଣସିଂହପୁରର ବୋରିପାଇ ଠାରେ ରାସ୍ତାକାମରେ ନିୟୋଜିତ ଥିଲେ। ଗତକାଲି କାମ କରୁଥିବା ବେଳେ ଜଙ୍ଗଲରୁ ଛତୁ ଆଣି ରୋଷେଇ କରି ଖାଇଥିଲେ। କିଛି ଘଣ୍ଟା ପରେ ୧୧ ଜଣ ଶ୍ରମିକ ଅସୁସ୍ଥ ହୋଇପଡ଼ିବା ସହ ଝାଡ଼ାବାନ୍ତି ହୋଇଥିଲା। ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ଅବସ୍ଥା ବର୍ତ୍ତମାନ ସୁସ୍ଥ ଥିବା କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.