ଏବେ ଯାଏ ଚୁପ୍‌ ଥିବା ଧୋନି ମୁହଁ ଖୋଲିଲେ, କହିଲେ ଭାରି କଷ୍ଟ ଲାଗିଥିଲା….

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ସମସ୍ତଙ୍କର ପ୍ରିୟ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ସସ୍‌ପେନ୍ସ ଜାରି ରହିଛି । ସେ କ୍ରିକେଟ୍‌ରୁ ଅବସର ନେବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଥମୁ ନାହିଁ । ହେଲେ ଏସବୁକୁ ନେଇ ଧୋନି ନିରବ ରହିଛନ୍ତି । ତେବେ ଆଜି ଧୋନି ମୁହଁ ଖୋଲିଛନ୍ତି । ଅବଶ୍ୟ କହିଛନ୍ତି କିଭଳି ଭାବେ ଗତ ଇଂଲଣ୍ଡ ବିଶ୍ୱକପ୍‌ରେ ଦଳର ପରାଜୟ ତାଙ୍କୁ ବାଧିଛି । ସେ କହିଛନ୍ତି, ମୁଁ ବି ଜଣେ ମଣିଷ । ଅନ୍ୟମାନଙ୍କ ଭଳି ମୋର ବି ସମ୍ବେଦନଶୀଳତା ରହିଛି ।

DHONI-2

ତେବେ ମୁଁ ମୋ ଭାବପ୍ରବଣତାକୁ ନିୟନ୍ତ୍ରଣ କରିବା ଜାଣିଛି । ଯାହାଫଳରେ ମୁଁ ପଛ କଥା ନଭାବି ଆଗକୁ ଚିନ୍ତା କରେ । ସକାରାତ୍ମକ ଚିନ୍ତାଧାରା ରଖିଲେ ତୁମେ ଅନେକ ସମସ୍ୟାର ସମାଧାନ କରି ପାରିବ ବୋଲି ଧୋନି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି । ଅବଶ୍ୟ ନିଜ ଅବସର ବିଷୟରେ ସେ କିଛି କହି ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.