Below header

ଲାଇଭ ହକି ମ୍ୟାଚରେ ଗୋଲ୍‌ କରିବା ପରେ ପ୍ରେମିକଙ୍କୁ କିସ୍‌ କରି ବିବାହ ପାଇଁ ପ୍ରପୋଜ କଲେ ଖେଳାଳି, ଭାଇରଲ ହେଉଛି ଭିଡିଓ

କ୍ରିକେଟ ହେଉ ଅବା ଫୁଟବଲ ଖେଳରେ ଖେଳାଳି ଷ୍ଟାଡିୟମରେ ଦର୍ଶକଙ୍କ ସାମ୍ନାରେ ନିଜ ମନର ମଣିଷକୁ ପ୍ରେମ ନିବେଦନ କରୁଥିବାର ଭିଡିଓ ଆପଣ ନିଶ୍ଚିତ ଦେଖିଥିବେ। କିନ୍ତୁ ହକି ଖେଳ ବେଳେ ଏମିତି କିଛି ଘଟଣା ଆପଣ ହୁଏତ ପୂର୍ବରୁ ଦେଖିନଥିବେ। ହେଲେ ଏବେ ହକି ଖେଳ ବେଳେ ଏମିତି ଏକ ଭିଡିଓ ଭାଇରଲ ହୋଇଛି, ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି, ମହିଳା ହକି ବିଶ୍ୱକପ୍‌ରେ ଗୋଲ କରିବା ପରେ ଖେଳାଳି ଜଣକ ସମସ୍ତଙ୍କ ସାମ୍ନାରେ ପ୍ରେମିକଙ୍କୁ କିସ୍‌ କରି ପ୍ରପୋଜ କରିଛନ୍ତି। ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି। ଏହି ଘଟଣା ନେଦରଲାଣ୍ଡ ଏବଂ ଚିଲ୍ଲି ମଧ୍ୟରେ ଚାଲିଥିବା ମ୍ୟାଚରେ ଦେଖିବାକୁ ମିଳିଥିଲ।ା ଚିଲ୍ଲିର ଖେଳାଳି ଫ୍ରାସିରକା ତାଲା ନେଦରଲ୍ୟାଣ୍ଡ ବିପକ୍ଷରେ ଗୋଲ୍‌ କରିବା ପରେ ନିଜର ବଏଫ୍ରେଣ୍ଡଙ୍କୁ ଚୁମ୍ବନ କରିବା ପରେ ପ୍ରପୋଜ କରିଥିଲେ।

ମ୍ୟାଚ ସରିବା ପରେ ଏକ ପ୍ରେସ ବିବୃତ୍ତିରେ ଖେଳାଳି ଜଣକ କହିଥିଲେ, ସେ ନିଜ ସାଥି ଖେଳାଳିଙ୍କ ସହିତ ସର୍ତ୍ତ ରଖିଥିଲେ ଯେ, ଯଦି ସେ ଗୋଲ୍‌ କରନ୍ତି, ତେବେ ନିଜ ପ୍ରେମିକକୁ କିସ୍‌ କରିବା ସହିତ ବିବାହ କରିବେ। ତେବେ ନେଦରଲ୍ୟାଣ୍ଡ ବିପକ୍ଷରେ ଗୋଲ କରିବା ପରେ ନିଜର ସର୍ତ୍ତକୁ ପୂରଣ କରିଥିଲେ। ଆଉ ଏହା ଯୋଗୁଁ ବହୁତ ଖୁସି ମଧ୍ୟ ଥିଲେ ଚିଲ୍ଲି ଖେଳାଳି।

ପୂର୍ବରୁ କ୍ରିକେଟ ଷ୍ଟାଣ୍ଡରେ ଟିମ୍‌ ଇଣ୍ଡିଆ ତଥା ସିଏସକେର ଷ୍ଟାର ଖେଳାଳି ଦୀପକ ଚହର ନିଜ ପ୍ରେମିକାଙ୍କୁ ପ୍ରେମ ନିବେଦନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.