ଆର୍ଥିକ ସ୍ଥିତିକୁ ନେଇ ତାତିଲେ ଲୋକେ, ଦେଶ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟଭାୟା ରାଜପକ୍ଷେ

ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ବର୍ତ୍ତମାନ ସମୟରେ ଏକ ବଡ ଧରଣର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଖୁବ ଜଟିଳ । ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବର୍ତ୍ତମାନ ସମୟରେ ପ୍ରଦର୍ଶନକାରୀ ମାନେ ଶ୍ରୀଲଙ୍କା ରାଷ୍ଟ୍ରପତି ଭବନକୁ ସମ୍ପୂର୍ଣ୍ଣ ରୂପେ ଘେରି ଦେଇଛନ୍ତି । ଅନ୍ୟପକ୍ଷରେ ରାଷ୍ଟ୍ରପତି ଗୋଟଭାୟା ରାଜପକ୍ଷେ ରାଷ୍ଟ୍ରପତି ଭବନ ଛାଡ଼ି କେଉଁଆଡେ ପଳାୟନ କରିଛନ୍ତି ।

ଏକ ସ୍ଥାନୀୟ ଟେଲିଭିଜନ ରିପୋର୍ଟରେ ସୂଚନା ଦିଆଯାଇଛିକି ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରି ଶନିବାର ରାଷ୍ଟ୍ରପତି ଭବନକୁ କିଛି ଲୋକ ଘେରି ଦେଇଛନ୍ତି । ପ୍ରକୃତରେ ଶ୍ରୀଲଙ୍କାର ଖରାପ ସ୍ଥିତିକୁ ନେଇ ରାସ୍ତା ଉପରକୁ ଓଲ୍ହାଇ ଆସିଥିଲେ । କହିରଖିବା ଉଚିତ ହେବଯେ, ପୋଲିସ ପ୍ରଦର୍ଶନକାରୀ ମାନଙ୍କୁ ହଟାଇବା ପାଇଁ ଟିୟର ଗ୍ୟାସ ବା ଲୁହବୁହା ଗ୍ୟାସର ପ୍ରୟୋଗ କରିଥିଲେ । କିନ୍ତୁ ତଥାପି ପ୍ରଦର୍ଶନକାରୀ ମାନେ ତାଙ୍କ ଜିଦିରୁ ହଟିନଥିଲେ । ପ୍ରଦର୍ଶନକାରୀମାନେ ବ୍ୟାରିକେଡ଼ ଭାଙ୍ଗି ରାଷ୍ଟ୍ରପତି ଭବନରେ ପଶି ଯାଇଥିଲେ । ପ୍ରଦର୍ଶନକାରୀ ମାନେ ଶ୍ରୀଲଙ୍କାର ଏପରି ସ୍ଥିତି ପାଇଁ ଗୋଟଭାୟାଙ୍କୁ ଦୋଷୀ ଠଉରାଇଚନ୍ତି ଆଉ ତିନି ମାସରୁ ଅଧିକ ସମୟ ଧରି ପ୍ରବେଶ ଦ୍ୱାରକୁ କବ୍ଜା କରିରଖିଛନ୍ତି ।

କହିରଖିବା ଉଚିତ ହେବକି ହାତରେ ଖଣ୍ଡେ ଖଣ୍ଡେ ପତାକା ଧରି ବିକ୍ଷୋଭକାରୀ ମାନେ ସଡ଼କରେ ଯାଇ ପହଞ୍ଚିଥିଲେ । କିଛି ଲୋକ ସାଇକେଲରେ ଯାଇ ରାଜଧାନୀ କଳମ୍ବର ବିରୋଧ ସ୍ଥଳରେ ପହଂଚିଥିଲେ । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସୀଙ୍ଗେ ଗତ ମାସ କହିଥିଲେକି ଦେଶର ଅର୍ଥ ବ୍ୟବସ୍ଥା ଦିନ କୁ ଦିନ ବିଗିଡ଼ିବାରେ ଲାଗିଛି । ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ କିମ୍ବା ଆଇଏମଏଫ ସହ ସରକାରଙ୍କ ଆଲୋଚନା ବି ସେତେଟା ଉତ୍ତମ ନଥିଲା । ଏବେ ଶ୍ରୀଲଙ୍କା ଏକ ଦେବାଳିଆ ଦେଶ ତାଲିକାରେ ଗଣା ହେଉଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.