Below header

ଆଇପିଏଲ୍‌ ଖେଳିବେ ପ୍ରଥମ ଆମେରିକୀୟ ଅଲ୍ଲୀ, ତାଙ୍କ ନାମରେ ରହିଛି ଏମିତି ରେକର୍ଡ

ସେପ୍ଟେମ୍ବର ୧୯ରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗର୍ ୧୩ ତମ ସଂସ୍କରଣ। ଏଥିପାଇଁ ସମସ୍ତ ୮ଟି ଦଳ ୟୁଇରେ ଜୋରଦାର ଅଭ୍ୟାସ୍ ଜାରି ରଖିଛନ୍ତି। କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଆଇପିଏଲ୍ ଅନ୍ୟ ବର୍ଷ ଅପେକ୍ଷା ଟିକେ ନିଆରା। ବିନା ଦର୍ଶକରେ ଖେଳାଯିବ ସମସ୍ତ ମ୍ୟାଚ୍। ଏଥିସହିତ ଆଇପିଏଲରେ ପ୍ରଥମ ଥର ପାଇଁ ଜଣେ ଆମେରିକୀୟ ଖେଳାଳିଙ୍କୁ ଦେଖିବାକୁ ମିଳିପାରେ।

ଯୁକ୍ତରାଷ୍ଟ୍ର ଆମେରିକାର ଦ୍ରୁତ ବୋଲର ଅଲ୍ଲୀ ଖାନ୍ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ପକ୍ଷରୁ ଏଥର ଆଇପିଏଲ୍ ଖେଳିବା ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଛି। ଦୁଇ ଥର ବିଜେତା କେକେଆର୍ ଏଥର ଇଂଲିସ୍ ଦ୍ରୁତ ବୋଲର ହାରି ଗୁର୍ନିଙ୍କ ବଦଳ ଖେଳାଳି ଭାବେ ୨୯ ବର୍ଷ ବୟସ୍କ ଅଲ୍ଲୀ ଖାନଙ୍କୁ ଦଳରେ ନେବାକୁ ଚାହିଁଛି। ଏନେଇ ଆଇପିଏଲ୍ କର୍ତ୍ତୃପକ୍ଷଙ୍କ ଅନୁମୋଦନକୁ ଅପେକ୍ଷା କରିଛି। ଅଲ୍ଲୀ ଯଦି ଏଥରର ଆଇପିଏଲ୍ ଖେଳନ୍ତି, ତାହାଲେ ଏକ୍ଷେତ୍ରରେ ସେ ହେବେ ପ୍ରଥମ ଆମେରିକୀୟ ଖେଳାଳି। ଗତବର୍ଷ ମଧ୍ୟ ଅଲ୍ଲୀ କେକେଆର୍ ନଜରରେ ରହିଥିଲେ। ହେଲେ ଶେଷପର୍ଯ୍ୟନ୍ତ ଚୁକ୍ତି କାର୍ଯ୍ୟକାରୀ ହୋଇପାରିନଥିଲା।

ali khan

ଅଲ୍ଲୀ ଖାନ୍ କାରବିଆନ୍ ପ୍ରିମିଅର ଲିଗରେ ଟ୍ରିନବାଗୋ ନାଇଟ ରାଇଡର୍ସ(ଟିକେଆର)ର ସଦସ୍ୟ ଥିଲେ। ସିପିଏଲରେ ସମସ୍ତ ୧୨ଟି ମ୍ୟାଚ୍ ଜିତି ଟାଇଟଲ୍ ହାତେଇଥିଲା ଟିକେଆର। ଅଲ୍ଲୀ ଖାନ୍ ଟିକେଆର ପକ୍ଷରୁ ୮ଟି ମ୍ୟାଚ୍ ଖେଳି ୮ ଓ୍ବିକେଟ ନେଇଛନ୍ତି। ଖାନ୍ ୨୦୧୮ କାନାଡା ଗ୍ଲୋବାଲ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ। ପାକିସ୍ତାନରେ ଜନ୍ମିତ ଅଲ୍ଲୀ ଖାନ୍ ଆମେରିକା ପକ୍ଷରୁ ଗୋଟିଏ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ୨୦୧୯ରେ ପାପୁଆ ନ୍ୟୁ ଗିନି ବିପକ୍ଷରେ ଡେବ୍ୟୁ କରିଥିଲେ। ୨୯ ବର୍ଷିୟ ଅଲ୍ଲୀ ୩୬ ଟି-୨୦ ଖେଳି ୩୮ ଓ୍ବିକେଟ ନେଇଛନ୍ତି। ୧୪୦ କିମି ପ୍ରତି ଘଣ୍ଟାରେ ବୋଲିଂ କରିବାର କ୍ଷମତା ରଖିଥିବା ଅଲି ୟର୍କର ପାଇଁ ବେଶ ପରିଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.