Below header

ଦର୍ଶକ ଗ୍ୟାଲେରୀରେ ବସିଥିବା ଝିଅକୁ ମନ ଦେଇ ଦେଲେ ଏହି ଇଣ୍ଟରନେସ୍‌ନାଲ୍‌ କ୍ରିକେଟ୍‌ ଖେଳାଳି

ପ୍ରେମ କେମିତି ହୁଏ, କାହିଁକି ହୁଏ,କେବେ ବା ହୁଏ ତା’ର ଫର୍ମୁଲା କେହି ଜାଣେନା.. । କିମ୍ବଦନ୍ତୀ ଗାୟକ ଅକ୍ଷୟ ମହାନ୍ତିଙ୍କ ଏହି ଗୀତ ପ୍ରେମିକ-ପ୍ରେମିକାଙ୍କ ପାଇଁ ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ । ଅଷ୍ଟେଲିଆ କ୍ରିକେଟ୍‌ ଟିମ୍‌ର ଅଧିନାୟକ ରିକି ପଣ୍ଟିଂଙ୍କ ଠାରେ ବୋଧହୁଏ ଏହି ଗୀତର ପ୍ରତିଫଳନ ଦେଖିବାକୁ ମିଳେ । କ୍ରିକେଟ୍‌ ପିଚ୍‌ରେ ଧୂଆଁ ଧାର ବ୍ୟାଟିଂ କରି ବୋଲର୍‌ଙ୍କ ହୋସ୍‌ ଉଡାଉଥିବା ଏହି କ୍ରିକେଟର ଦର୍ଶକ ଗ୍ୟାଲେରୀ ବସିଥିବା ଜଣେ ଯୁବତୀଙ୍କ ପାଖରେ କ୍ଲିନ୍‌ ବୋଲ୍ଡ ହୋଇଯାଇଥିଲେ ।

riki-0

ପ୍ରଥମ ଦେଖାରେ ତାଙ୍କୁ ଭଲ ପାଇ ବସିଥିଲେ । ପଡ଼ିଆରୁ ଆରମ୍ଭ ହୋଇଥିଲା ତାଙ୍କର ପ୍ରେମ କାହାଣୀ । ଯାହାକି ୨୦୦୮ରେ ବିବାହରେ ପରିଣତ ହୋଇଥିଲା । ୨୦୦୨ରେ ମେଲ୍‌ବୋର୍ଣ୍ଣରେ ଖେଳ ଚାଲିଥିବା ବେଳେ ତାଙ୍କ ପରିବାର ସହ ମ୍ୟାଚ୍‌ ଦେଖିବାକୁ ଆସିଥିଲେ ରିୟାନା ଜେନିଫର୍‌ । ଖେଳ ପଡ଼ିଆରେ ରିୟାନାଙ୍କ ସହ ଆଖି ମିଶିଯାଇଥିଲା ରିକିଙ୍କର ।

riki-1

ମ୍ୟାଚ୍‌ ମଝିରେ ଯେତେବେଳେ ବ୍ରେକ୍‌ ହୋଇଥିଲା ରିକି ଦର୍ଶକ ଗ୍ୟାଲେରିକୁ ଆସି ରିୟାନାଙ୍କ ପରିବାର ଲୋକଙ୍କୁ ମଧ୍ୟ ଭେଟିଥିଲେ । ସେହିଠାରେ ସେ ରିୟାନାଙ୍କୁ ମନ ଦେଇ ବସିଥିଲେ । ତା’ପରେ ସେ ରିୟାନାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବା କରିଦେଇଥିଲେ । ସେ ଯେତେବେଳେ ଜାଣିଲେ ଯେ ରିୟାନା ଲ’ କଲେଜର ଛାତ୍ରୀ ବୋଲି । ରିକି ସିଧା ସଳଖ ରିୟାନାଙ୍କ କଲେଜକୁ ଦେଖା କରିବାକୁ ଚାଲି ଆସିଥିଲେ ।

ସେଠାରେ ସେ ରିୟାନାଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ । ରିୟାନା ମଧ୍ୟ ଏପରି ସୁଯୋଗକୁ ହାତ ଛଡ଼ା ନକରି ତତ୍‌କ୍ଷଣାତ ହଁ ଭରିଥିଲେ । ତା’ପରେ ଉଭୟଙ୍କ ମଧ୍ୟରେ ଚାଲିଥିଲା ଡେଟିଂ । ବିଭିନ୍ନ ଦେଶ ଖେଳିବାକୁ ଯିବା ବେଳେ ସେ ରିୟାନାଙ୍କୁ ନେଇ ଯାଉଥିବାର ମଧ୍ୟ ଦେଖାଯାଉଥିଲା । ଶେଷରେ ୨୦୦୮ ମସିହାରେ ରିକିଙ୍କ ସହ ରିୟାନାଙ୍କ ବିବାହ ହୋଇଥିଲା । ଏବେ ରିକି ୩ ସନ୍ତାନର ଜନକ ଓ ତାଙ୍କର ପାରିବାରିକ ଜୀବନ ବେଶ୍‌ ଖୁସିରେ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.