ୱାର୍ଲଡ କପ୍ ଇତିହାସରେ ଅଷ୍ଟ୍ରେଲିଆର ବୃହତ ବିଜୟ, ନେଦରଲାଣ୍ଡସକୁ ୩୦୯ ରନରେ ହରାଇଛି

ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଏକପାଖିଆ ଭାବରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡସ୍ ଆଗରେ ୪୦୦ ରନର ବିଜୟ ଲକ୍ଷ୍ୟ ଦେଇଥିଲା ।

କେନ୍ୟୁଜ୍(ବ୍ୟୁରୋ): ଚଳିତ ବିଶ୍ବକପରେ ଇତିହାସ ରଚିଲା ଅଷ୍ଟ୍ରେଲିଆ । ୱାର୍ଲଡ କପ୍ ଇତିହାସରେ ବୃହତ ବିଜୟ । ନେଦରଲାଣ୍ଡସକୁ ୩୦୯ ରନରେ ହରାଇଛି । ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଏକପାଖିଆ ଭାବରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡସ୍ ଆଗରେ ୪୦୦ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଜବାବରେ ମାତ୍ର ୯୦ ରନରେ ଅଲଆଉଟ୍ ହୋଇଛି ନେଦରଲାଣ୍ଡସ । ୬ ଜଣ ଖେଳାଳି ଦୁଇ ଅଙ୍କ ସ୍କୋର କରି ପାରି ନଥିଲେ । ଆଦମ ଜାମ୍ପାଙ୍କ ଘାତକ ବୋଲିଂରେ ତିଷ୍ଠି ପାରି ନଥିଲେ ନେଦରଲାଣ୍ଡସ ବ୍ୟାଟର ।

ଆଦମ ଜାମ୍ପା ନେଇଥିଲେ ୪ଟି ୱିକେଟ । ପୂର୍ବରୁ ବିଶ୍ବକପରେ ବୃହତ ବିଜୟ ରେକର୍ଡ ଅଷ୍ଟ୍ରେଲିଆ ନାଁରେ ଥିଲା । ୨୦୧୫ରେ ଆଫଗାନିସ୍ତାନକୁ ୨୭୫ ରନରେ ହରାଇଥିଲା କଙ୍ଗାରୁ ବାହିନୀ । ଆଜି ନେଦରଲାଣ୍ଡସ୍ ବିପକ୍ଷରେ ଡେଭିଡ ୱାର୍ଣ୍ଣର ଓ ଗ୍ଲେନ୍ ମାକ୍ସୱେଲଙ୍କ ଧୂଆଁଧାର ବ୍ୟାଟିଂ କରି ଶତକ ମାରିଥିଲେ । ୱାର୍ଣ୍ଣର ୧୦୪ ରନ୍ କରିଥିବା ବେଳେ ୪୦ ବଲରେ ଦ୍ରୁତ ସେଞ୍ଚୁରୀ ମାରିଥିଲେ ମାକ୍ସୱେଲ୍ । ବିଶ୍ବକପରେ ଦ୍ରୁତ ଶତକ ମାରି ରେକର୍ଡ କରିଛନ୍ତି ମାକ୍ସୱେଲ । ସେ ୮ଟି ଛକା ଓ ୯ଟି ଚୌକା ବଳରେ କରିଥିଲେ ୧୦୬ ରନ୍। ଅନ୍ୟମାନଙ୍କ ଭିତରେ ଷ୍ଟିଭ୍ ସ୍ମିଥ ୭୧, ମାର୍ଣ୍ଣସ ଲାବୁସଚେନ୍ କରିଥିଲେ ୬୨ ରନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.