Below header

ଭୁବନେଶ୍ୱର ରେଳବାଇ ଇନଡୋର ଷ୍ଟାଡିୟମରେ ଉଦ୍‌ଘାଟିତ ହେଲା ୩୩ ତମ ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା

୩୩ ତମ ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା । ୧୫ ଓ ୧୭ ବର୍ଷରୁ କମ୍‌ ଏହି ପ୍ରତିଯୋଗିତା ଭୁବନେଶ୍ୱର ରେଳବାଇ ଇନଡୋର ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି । ପ୍ରତିଯୋଗିତାକୁୁ ଉଦଘାଟନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠି । ୫୪୦ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଛନ୍ତି । ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଏବଂ ରାଜ୍ୟ କ୍ରୀଡା ବିଭାଗ ମିଳିତ ସହଯୋଗରେ ଏହା ଆୟୋଜିତ ହେଉଛି । ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଚଂଳରୁ ଉଭୟ ପୁରୁଷ ଓ ମହିଳା ଏଥିରେ ଭାଗ ନେଇଛନ୍ତି । ଓଡିଶାର ଦୁଇ ଅନ୍ତର୍ଜାତୀୟ ତାରକା ଋତୁପର୍ଣ୍ଣା ପଣ୍ଡା ଓ ଆୟୂଷ ପଟ୍ଟନାୟକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଉଦ୍‌ଘାଟନୀ ଉତ୍ସବରେ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଘଂର ସଭାପତି ତଥା ବିଧାୟକ ରୋହିତ ପୂଜାରୀ ଉପସ୍ଥିତ ଥିଲେ । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଟୁର୍ଣ୍ଣାମେଣ୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.