ପ୍ରଥମ ଟି-୨୦ରେ ବାଂଲାଦେଶ ଠାରୁ ହାରିଲା ଭାରତ

ନୂଆଦିଲ୍ଲୀ : ପ୍ରଦୂଷଣର ଭୟ ଭିତରେ ଆଜି ଏଠାରେ ଖେଳା ଯାଇଥିବା ପ୍ରଥମ ଟି-୨୦ ମୁକାବିଲାରେ ଘରୋଇ ଭାରତୀୟ ଦଳକୁ ନିଜ ମାଟିରେ ମାତ୍‌ ଦେଇଛି ପଡ଼ୋଶୀ ବାଂଲାଦେଶ । ବାଂଲାଦେଶ ଦଳ ରୋହିତ ଶର୍ମାଙ୍କ ଟିମ୍‌କୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି । ଫଳରେ ଭ୍ରମଣକାରୀ ଦଳ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୬ ଓ୍ଵିକେଟ୍‌ରେ ୧୪୮ ରନ୍‌ କରିଥିଲା । ଜବାବରେ ବାଂଲାଦେଶ ୩ ଓ୍ଵିକେଟ୍‌ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା । ପ୍ରଥମ ଓ୍ଵିକେଟ୍‌ ମାତ୍ର ୮ ରନ୍‌ରେ ପଡ଼ି ଯାଇଥିଲେ ମଧ୍ୟ ଆରମ୍ଭରୁ ବାଂଲା ଖେଳାଳିମାନେ ଭଲ ଲଢ଼େଇ କରିଥିଲେ । ମହମ୍ମଦ ନଇମ ବଢ଼ିଆ ବ୍ୟାଟିଂ କରି ୨୬ ରନ୍‌ରେ ଆଉଟ୍‌ ହୋଇଥିଲେ ।

Leave A Reply

Your email address will not be published.