ଆସନ୍ତାବର୍ଷ ୮ଟି ଟିମ୍ ନୁହେଁ ଆଇପିଏଲରେ ଖେଳିବେ ୧୦ଟି ଟିମ୍, ବିସିସିଆଇ ନେଲା ନିଷ୍ପତ୍ତି

ଇଣ୍ଡିଆନ ପ୍ରିମିଅର ଲିଗ୍(IPL)j ୧୪ ତମ ସିଜନ ଆସନ୍ତା ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଚଳିତବର୍ଷ ଆଇପିଏଲରେ ୮ଟି ଟିମ୍ ଭାଗ ନେବ। କିନ୍ତୁ ବିସିସିଆଇ ନିଷ୍ପତ୍ତି ନେଇଛି କି, ଆଇପିଏଲ-୨୦୨୨ରେ ୮ଟି ଟିମ୍ ବଦଳରେ ୧୦ଟି ଟିମ୍ ଭାଗ ନେବେ । ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ ମେ ମାସରେ ନିଲାମ ପ୍ରକ୍ରିୟା କରିବ ବୋଲି ସୂଚନା ମିଳିଛି । ଆଇପିଏଲ ୨୦୨୧ ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଯିବ ।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହଙ୍କ ସହ ବିସିସିଆଇର ଶୀର୍ଷ ଅଧିକାରୀ ଶନିବାର ଆଇପିଏଲର ବିଭିନ୍ନ ନୀତି ଉପରେ ଆଲୋଚନା କରିଥିଲେ । ଏଥିପାଇଁ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଅନୁମୋଦିତ ନୀତି ଉପରେ ସମୀକ୍ଷା କରାଯାଇଥିଲା । ଯେଉଁଥିରେ ଗାଙ୍ଗୁଲି ଆଉ ଦୁଇଟି ଟିମ୍ ବଢାଯିବ ବୋଲି ସଂକେତ ଦେଇଥିଲେ।

ଆସନ୍ତା ବର୍ଷ ଆଇପିଏଲରେ ୧୦ଟି ଟିମ୍ ଖେଳିବେ । ମେ ମାସରେ ଫ୍ରାଞ୍ଚାଇଜ୍ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏହାସହ ଅନ୍ୟ ସମସ୍ତ ପ୍ରସଙ୍ଗକୁ ଅନ୍ତିମ ରୂପ ଦିଆଯାଇପାରେ । ନୂଆ ଟିମ୍ ନେଇ ନିଷ୍ପତ୍ତି ହେବା ପରେ ପରିଚାଳନା କାର୍ଯ୍ୟ ଆରମ୍ଭ ହୋଇଯିବ । ଏଥିପାଇଁ ବହୁତ ସମୟ ଲାଗିଥାଏ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.