Below header

କେନ୍ଦୁଝର: ମହିଳାଙ୍କୁ ଲିଫ୍ଟ ଦେଇ ଟ୍ରକରେ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଥାନାରେ ଅଟକ

କେନ୍ୟୁଜ୍(ବ୍ୟୁରୋ):  ଲିଫ୍ଟ ଦେଇ ଗଣଦୁଷ୍କର୍ମ ଅଭିଯୋଗ। କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଷ୍ଟେସନ ଅନ୍ତର୍ଗତ ଭଦ୍ରାସାହି ଗାଁରେ ଗଣଦୁଷ୍କର୍ମ ଅଭିଯୋଗ । ଗୁରୁବାର ଦିନ ଏହି ଘଟଣା ଘଟିଥିବା ଜଣାପଡିଛି । ମଧ୍ୟପ୍ରଦେଶରୁ ଆସି ଭଦ୍ରାସାହିରେ ଭଡା ଘରେ ରହି ଟ୍ରକ୍ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ଜଣେ ଡ୍ରାଇଭରଙ୍କ ପତ୍ନୀଙ୍କ ସହ କୌଣସି କାରଣରୁ ଝଗଡା ହୋଇଥିଲା । ମହିଳା ଜଣକ ଘରୁ ପଳାଉଥିବା ସମୟରେ ରୋଇଡା ଛକ ନିକଟରେ ଦୁଇଜଣ ଚିହ୍ନା ହାଇୱା ଡ୍ରାଇଭର ଖୁଦାବକ୍ସ ଅନସାରୀ ଏବଂ ମହମ୍ମଦ ନାସିର ତାଙ୍କୁ ଲିଫ୍ଟ ଦେଇଥିଲେ ।

keonjhar 2

ମହିଳା ଜଣଙ୍କୁ ଲିଫ୍ଟ ଦେଇ ଉକ୍ତ ଟ୍ରକରେ ଦୁଷ୍କର୍ମ କରିଥିଲେ । ଘରକୁ ଆଣି ତିନି ଦିନ ଶାରୀରିକ ନିର୍ଯ୍ୟାତନା ଦେବା ସହ ଦୁଷ୍କର୍ମ କରିଥିଲେ । ମହିଳା ଜଣଙ୍କ ଆଜି କୌଶଳକ୍ରମେ ସେଠାରୁ ଖସି ଆସିଥିଲେ । ନିଜ ସ୍ୱାମୀଙ୍କ ସହ ବଡ଼ବିଲ ଥାନାର ଦ୍ୱାରସ୍ଥ ହୋଇଥିଲେ । ବଡ଼ବିଲ ପୋଲିସ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଥାନାକୁ ଆଣି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.