ବିଶ୍ୱକପ୍ ୨୦୨୩: ବାତିଲ ହୋଇପାରେ ଉଦ୍ଘାଟନୀ ସମାରୋହ ! ଫ୍ୟାନ୍ସ ଆଶାରେ
ବିଶ୍ୱକପର ଗୋଟେ ଦିନ ପୂର୍ବରୁ ଉଦ୍ଘାଟନୀ ସମାରୋହ କରିବା ପାଇଁ ନିଷ୍ପତ୍ତି ନେଇଥିଲା ବିସିସିଆଇ । ଏଥିରେ ଆଶା ଭୋସଲେ, ରଣବୀର ସିଂ, ତମନ୍ନା ଭାଟିଆ, ଶ୍ରେୟା ଘୋଷାଲ ପରଫର୍ମ କରିବାର ଥିଲା । ଏହାସହିତ ଶଙ୍କର ମହାଦେବନ ଏବଂ ଅରିଜିତ ସିଂ ମଧ୍ୟ ନଜର ଆସିଥାନ୍ତେ ।
ବିଶ୍ୱକପ ୨୦୨୩କୁ ନେଇ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ବିଶ୍ୱକପକୁ ନେଇ ବିସିସିଆଇ ଯୋଜନାରେ ଲଗାତାର ପରିବର୍ତ୍ତନ କରୁଛି । ଏହାକୁ ନେଇ ବିସିସିଆଇକୁ ସମସ୍ତେ ସମାଲୋଚନା କରୁଛନ୍ତି । ପୂର୍ବରୁ ବିଶ୍ୱକପ ସିଡ୍ୟୁଲରେ ପରିବର୍ତ୍ତନ କରାଯାଇଛି । ଟିକେଟ ବିକ୍ରିକୁ ନେଇ ହଙ୍ଗାମା ଦେଖିବାକୁ ମିଳିଛି । ଏବେ ବିଶ୍ୱକପ ଉଦ୍ଘାଟନୀ ସମାରୋହକୁ ନେଇ ଚର୍ଚ୍ଚା ଚାଲିଛି । ବିଶ୍ୱକପର ଆରମ୍ଭ ହେବାର ଗୋଟେ ଦିନ ପୂର୍ବରୁ ଉଦ୍ଘାଟନୀ ସମାରୋହ ହୋଇଥାନ୍ତା, ଏବେ ଏହାକୁ ସ୍ଥଗିତ କରିଦେଇଥିବା ଖବର ମିଳିଛି । ଯାହା ପରେ ଫ୍ୟାନ୍ସ ନିରାଶ ହୋଇଛନ୍ତି ।
ଖବର ମୁତାବକ, ବିସିସିଆଇ ବିଶ୍ୱକପର ଗୋଟେ ଦିନ ପୂର୍ବରୁ ଉଦ୍ଘାଟନୀ ସମାରୋହ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଏଥିରେ ଆଶା ଭୋସଲେ, ରଣବୀର ସିଂ, ତମନ୍ନା ଭାଟିଆ, ଶ୍ରେୟା ଘୋଷାଲ ପରଫର୍ମ କରିବାର ଥିଲା । ଏହାସହିତ ଶଙ୍କର ମହାଦେବନ ଏବଂ ଅରିଜିତ ସିଂ ମଧ୍ୟ ନଜର ଆସିଥାନ୍ତେ । କିନ୍ତୁ ଏବେ ଖବର ମୁତାବକ, କୌଣସି ଉଦ୍ଘାଟନୀ ସମାରୋହ ହେବାକୁ ମନା କରିଛି ବିସିସିଆଇ ।
ଅକ୍ଟୋବର ୪, ତାରିଖରେ ବିସିସିଆଇ ସମସ୍ତ ଅଧିନାୟକ ସହିତ ମିଟିଂ କରିବ । ଏହା ପରେ ଲେଜର ଶୋ ହେବ । ସଂପୂର୍ଣ୍ଣ ଉଦ୍ଘାଟନୀ ସମାରୋହତ ଆୟୋଜନ ହେବ ନାହିଁ । ୧୯ ନଭେମ୍ବରରେ ଉଦ୍ଯାପନୀ ସମାରୋହ କିମ୍ବା ୧୪ ଅକ୍ଟୋବରରେ ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ବଡ ସମାରୋହ ହୋଇପାରେ ।
ତେବେ ବିସିସିଆଇ ଏପର୍ଯ୍ୟନ୍ତ ଏହାକୁ ନେଇ କୌଣସି ଅଫିସିଆଲ ମନ୍ତବ୍ୟ ଦେଇନାହିଁ । ବିଶ୍ୱକପରେ ଉଦ୍ଘାଟନୀ ସମାରୋହ ହେବା ନେଇ ଫ୍ୟାନ୍ସ ଆଶା ରଖିଛନ୍ତି ।
୫ ଅକ୍ଟୋବରରେ ପ୍ରଥମ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ତା’ ପରେ ୧୫ ଅକ୍ଟୋବରରେ ଭାରତ ଏବଂ ପାକିସ୍ତାନ ମ୍ୟାଚ, ୪ ନଭେମ୍ବରରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ, ୧୦ ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ଏବଂ ୧୯ ନଭେମ୍ବରକୁ ଫାଇନାଲ ମ୍ୟାଚ୍ ଖେଳାଯିବ । ବିଶ୍ୱକପ ମ୍ୟାଚ ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ହାଇଦ୍ରାବାଦ, କୋଲକତା, ଲକ୍ଷ୍ନୌ, ମୁମ୍ବାଇ, ପୁନେରେ ଖେଳାଯିବ ।