ନିର୍ବାଚନ ଜିତିବା ପାଇଁ କିଛି ବି…. ରାସ୍ତା କଡ଼ରେ ବସି ଜୋତା ପଲିସ କଲେ ବିଧାୟକ; ଦେଖନ୍ତୁ ଭିଡିଓ

ଓମ ପ୍ରକାଶ ହୁଡଲା ଦୋସା ଜିଲ୍ଲାର ମହଓ୍ଵା ବିଧାନସଭା ସିଟରୁ ନିର୍ଦ୍ଦଳୀୟ ବିଧାୟକ ରହିଛନ୍ତି । ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି ରହିଛି । ଆଉ ନିର୍ବାଚନ ଜିତିବା ପାଇଁ ମହଓ୍ଵାର ବିଧାୟକ ଓମ ପ୍ରକାଶ ହୁଡଲା ସାଧାରଣ ଲୋକଙ୍କ ଜୋତା ପଲିସ କରୁଥିବାର ନଜର ଆସିଛନ୍ତି ।

ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି ରହିଛି । ଏହା ପୂର୍ବରୁ ନେତା ଭୋଟରଙ୍କୁ ପ୍ରଲୋଭନ ଦେଖାଇ ବିଭିନ୍ନ ପ୍ରକାରର କାମ କରୁଛନ୍ତି । ଆଉ ନିର୍ବାଚନ ଜିତିବା ପାଇଁ ମହଓ୍ଵାର ବିଧାୟକ ଓମ ପ୍ରକାଶ ହୁଡଲା ସାଧାରଣ ଲୋକଙ୍କ ଜୋତା ପଲିସ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ସେ ମୋଚି ଦୋକାନରେ ବସି ଜୋତା ପଲିସ କରୁଥିବାର ନଜର ଆସିଛନ୍ତି ।

ଓମ ପ୍ରକାଶ ହୁଡଲା ଦୋସା ଜିଲ୍ଲାର ମହଓ୍ଵା ବିଧାନସଭା ସିଟରୁ ନିର୍ଦ୍ଦଳୀୟ ବିଧାୟକ ରହିଛନ୍ତି । ଏବେ ଜୋତା ପଲିସ କରୁଥିବାର ଦେଖି ପ୍ରଶ୍ନ ଉଠିଛି । ଏହାକୁ ନେଇ ବିଧାୟକ କହିଛନ୍ତି, ମୁଁ ଭୋଟର ଏବଂ କାର୍ଯ୍ୟକର୍ତ୍ତାଙ୍କ ଜୋତା ପଲିସ କରିବା ଆରମ୍ଭ କରିଛି । ଏହାଦ୍ୱାରା ମତଦାତାଙ୍କ କର୍ମଚାରୀ ବିଧାୟକ ବୋଲି ଲୋକମାନେ ବୁଝିବେ । ମୁଁ ସେମାନଙ୍କ ପାଇଁ କାମ କରୁଛି ବୋଲି ସେମାନେ ଜାଣିବେ ।

ତେବେ ଏହା ପ୍ରଥମ ମାମଲା ନୁହେଁ, ବିଧାୟକ ଓମ ପ୍ରକାଶ ହୁଡଲା ଏହାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ଭୋଟରଙ୍କ ଜୋତା ପଲିସ କରିସାରିଛନ୍ତି । ଏହାଛଡା ପୂର୍ବରୁ ପରିବା ଦୋକାନରେ ପରିବା ବିକିବା ସହିତ ଚାଷୀଙ୍କ ସହିତ ଫସଲ କାଟିଛନ୍ତି । ଯେଉଁଥିପାଇଁ ପୂର୍ବରୁ ଚର୍ଚ୍ଚାରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.