Below header

ଡିସେମ୍ବର ୨୪ରେ ହେବ ବିସିସିଆଇ ନିର୍ବାଚନ, ସାମ୍ନାକୁ ଆସିଲା ନିର୍ବାଚକଙ୍କ ତାଲିକା

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ୨୪ ଡିସେମ୍ବରରେ ବାର୍ଷିକ ସାଧାରଣ ବୈଠକର ଆୟୋଜନ କରିବାକୁ ଯାଉଛି। ଚଳିତମାସରେ ହେବାକୁ ଥିବା ବିସିସିଆଇ ନିର୍ବାଚନ ଲାଗି ରବିବାର ୨୮ ନିର୍ବାଚକଙ୍କ ନାମ ଥିବା ତାଲିକା ଜାରି ହୋଇଛି। ଏହି ବୈଠକ(ଏଜିଏମ)ରେ ଉପାଧ୍ୟକ୍ଷ ଓ ଗଭର୍ଣ୍ଣିଂ କାଉନସିଲର ଦୁଇ ସଦସ୍ୟଙ୍କ ନିର୍ବାଚନ ହେବ। ଏ ନେଇ ନିର୍ବାଚନ ଅଧିକାରୀ ଅଚଲ କୁମାର ଜ୍ୟୋତି ପୂର୍ବରୁ ଘୋଷଣା କରିଥିଲେ।

ନିର୍ବାଚନ ଅଧିକାରୀଙ୍କ ଘୋଷଣା ମୁତାବକ, ଡିସେମ୍ବର ୧୧ ତାରିଖ ସୁଦ୍ଧା ବିସିସିଆଇ ସମ୍ପର୍କିତ ସଦସ୍ୟଙ୍କୁ ସେମାନଙ୍କ ପ୍ରତିନିଧିଙ୍କ ଲାଗି ପ୍ରାର୍ଥୀତ୍ୱ ଆବେଦନ କରିବାର ଥିଲା। ତେବେ ଏଥିରେ ବିଳମ୍ବିତ ହୋଇଥିଲେ ବି ବିସିସିଆଇ ରବିବାର ନିର୍ବାଚକଙ୍କ ନାମ ତାଲିକା ଜାରି କରିଛନ୍ତି। ଯଦି ନିୟମିତ ସମୟ ଅନୁସାରେ ହୋଇଥାନ୍ତା ତେବେ ବିସିସିଆଇ ଶୁକ୍ରବାର ନିର୍ବାଚକଙ୍କ ନାମତାଲିକା ଘୋଷଣା କରିଥାନ୍ତେ। ତେବେ ଏହି ବିଳମ୍ବିତ ନେଇ ନିର୍ବାଚନ ଅଧିକାରୀ କୌଣସି କାରଣ ଦର୍ଶାଇ ନାହାନ୍ତି।

bcci photo

ଯେଉଁମାନେ ନାମାଙ୍କନ ପତ୍ର ଦାଖଲ କରିବାକୁ ଚାହୁଁଛନ୍ତି ଡିସେମ୍ବର ୧୬ ଓ ୧୭ ତାରିଖ ସକାଳ ୧୧ଟା ସୁଦ୍ଧା ନାମାଙ୍କନ ଦାଖଲ କରିପାରିବେ। ୧୮ ତାରିଖକୁ ଏହି ନାମାଙ୍କନ ସମୀକ୍ଷା କରାଯିବ। ୧୯ ତାରିଖରେ ଅନ୍ତିମ ତାଲିକା ପ୍ରକାଶ ପାଇବ। ୨୪ ଡିସେମ୍ବର ଦିନ ୧୨ଟା ବେଳେ ନିର୍ବାଚନ ହେବ ଏବଂ ୩ଟା ସମୟରେ ଫଳାଫଳ ପ୍ରକାଶ ପାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.