କଟକ ବାରବାଟୀକୁ ମ୍ୟାଚ୍ ଦେଖିବାକୁ ଆସିବେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଓସିଏ ଦେଲା ସୂଚନା

କଟକ: କଟକ ବାରବାଟୀକୁ ମ୍ୟାଚ୍ ଦେଖିବାକୁ ଆସିବେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଏ ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଜୁନ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଟି-20 ମ୍ୟାଚ୍। ଏଥିପାଇଁ ଆଜି ଆସି ପହଞ୍ଚିଛନ୍ତି ଉଭୟ ଟିମ୍ ସଦସ୍ୟ।

ଆଜି ବିମାନ ବନ୍ଦରରେ ଦୁଇ ଦଳର ଖେଳାଳି ପହଞ୍ଚିବା ପରେ ଭିଭିଆଇପି ଗେଟ ଦେଇ ବାହାରିଥିଲେ। ସେଠାରୁ କଡ଼ା ସୁରକ୍ଷାରେ ସ୍ପେଶାଲ କାର୍‌କେଡରେ ମେ’ ଫେୟାର ହୋଟେଲ ଆସିଥିଲେ। ଅତ୍ୟାଧୁନିକ ଓ ଆମୋଦଦାୟକ ବସରେ ଖେଳାଳିମାନେ ବିମାନ ବନ୍ଦରରୁ ମେ ଫେୟାର ହୋଟେଲକୁ ଆସିଥିଲେ। ଖେଳାଳିଙ୍କୁ ଦେଖିବାକୁ ରାସ୍ତାର ଉଭୟ ପାର୍ଶ୍ୱରେ କ୍ରିକେଟ ପ୍ରେମୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

Also Read: ବିଜେପି ନା’ କଂଗ୍ରେସ ? ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ବିଜେଡି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.