ମହାତ୍ମା ବିଦୁରଙ୍କ ଏହି କଥାକୁ ରଖନ୍ତୁ ଧ୍ୟାନ, ଜୀବନରେ କେବେ ଆସିବ ନାହିଁ ଅସୁବିଧା

ମହାତ୍ମା ବିଦୁର ମହାଭାରତ ସମୟରେ ସବୁଠୁ ବଡ଼ ବୁଦ୍ଧିମାନ ବ୍ୟକ୍ତି ଥିଲେ । ସେ ବୁଦ୍ଧିମାନ ସହ ଦୂରଦର୍ଶୀ ମଧ୍ୟ ଥିଲେ । କୁହାଯାଏ ସମୟ ପୂର୍ବରୁ ଆସିବାକୁ ଥିବା ସଂକଟ ବିଷୟରେ ବିଦୁର ଲୋକଙ୍କୁ ଅବଗତ କରାଇ ଦେଉଥିଲେ । ଆଜି ଆମେ ଆପଣଙ୍କୁ ଏମିତି କିଛି ବିଦୁର ନୀତି ସମ୍ପର୍କରେ କହିବୁ ଯାହାକୁ ଅନୁସରଣ କଲେ ଜୀବନରେ କେବେ କିଛି ସମସ୍ୟା ଆସିବ ନାହିଁ । ଆସନ୍ତୁ ଜାଣିବା କିଛି ମହତ୍ୱପୂର୍ଣ୍ଣ ବିଦୁର ନୀତି ।

ଏହି ଲୋକଙ୍କ ଠାରୁ ଦୁରରେ ରୁହନ୍ତୁ :

ବିଦୁର ନୀତି ଅନୁଯାୟୀ, ଉତ୍ତରଦାୟୀତ୍ୱ ନଥିବା, ଅଳସୁଆ, କ୍ରୋଧୀ, ଲୋଭୀ, ଭୟ, ନିଶା ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକଙ୍କ ଠାରୁ ଦୁରରେ ରୁହନ୍ତୁ । ଏହି ଲୋକ ନଜେ ତ ଆଗକୁ ଯାଇ ପାରିବେ ନାହିଁ ଅନ୍ୟକୁ ବି ଆଗକୁ ଯିବାକୁ ଦେବେ ନାହିଁ । ଏପରି ଲୋକଙ୍କ ସହ ସଂଗତ କଲେ କାମରେ ସଫଳତା ମିଳିବ ନାହିଁ ।

ଘର ରଖନ୍ତୁ ସଫା :

ବିଦୁର ନୀତି ଅନୁସାରେ ଯେଉଁ ଘରେ ମଝିରେ ମଝିରେ ସଫା ସୁତର କରାଯାଏ ନାହିଁ,ସେପରି ଘରେ ସର୍ବଦା ଦରିଦ୍ରତା ରହିଥାଏ । ତେଣୁ ମଝିରେ ଘରକୁ ସଫା ସୁତର କରିବା ଦରକାର । ଏମିତି କରିବା ଦ୍ୱାରା ଘରେ ଲକ୍ଷ୍ମୀ ବାସ କରିଥାଏ ।

ବୟସ୍କମାନଙ୍କୁ କରନ୍ତୁ ସମ୍ମାନ :

ବିଦୁର ନୀତି ଅନୁଯାୟୀ, ବୟସ୍କ ବ୍ୟକ୍ତିଙ୍କୁ ସର୍ବଦା ସମ୍ମାନ କରନ୍ତୁ । ଯେଉଁ ଘରେ ବୃଦ୍ଧ ଲୋକଙ୍କୁ ସମ୍ମାନ କରାନଯାଏ, ସେଠରେ ମା’ ଲକ୍ଷ୍ମୀ ରୁହନ୍ତି ନାହିଁ । ସର୍ବଦା ଟଙ୍କା ପଇସାର ଅଭାବ ରହିଥାଏ ।

ଇଶ୍ୱରଙ୍କୁ ଭରଷା କରାଯାଏ :

ବିଦୁର ନୀତି ଅନୁଯାୟୀ, ଯେଉଁ ଘରେ ବ୍ୟକ୍ତି ଇଶ୍ୱରଙ୍କୁ ଭରଷା କରି କୌଣସି କାମ କରିଥାଏ, ତାଙ୍କର ସବୁ କାମ ସଫଳ ହୋଇଥାଏ । ଯେଉଁ ବ୍ୟକ୍ତି ଇଶ୍ୱରଙ୍କ ଉପରେ ଭରଷା କରିନଥାଏ ଓ ନିଜକୁ ସର୍ବୋପରି ଭାବିଥାନ୍ତି, ତାଙ୍କର ଜୀବନ ସର୍ବଦା କଷ୍ଟରେ କଟିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.