ରଣବୀର ସିଂହଙ୍କ ଜୀବନକୁ ନେଇ ରହିଛି ବିପଦ ! ତାଙ୍କ ସହିତ କଣ ହୋଇଛି ଜାଣିବା ପାଇଁ ପଢନ୍ତୁ ଏହି ଖବର
ବଲିଉଡର ହ୍ୟାଣ୍ଡସମ ହଙ୍କ ରଣବୀର ସିଂହ ସଂକଟାପନ୍ନ ଅଛନ୍ତି । କଣ ଭାବୁଛନ୍ତି ରଣବୀରଙ୍କର ଏମିତି କି ଅବସ୍ଥା ହେଲାଯେ ତାଙ୍କ ଜୀବନ ବିପଦରେ ଅଛି । ପ୍ରକୃତରେ ତାଙ୍କ ଜୀବନରେ ଏମିତି କିଛି ଆଡଭେଞ୍ଚର ଏଣ୍ଟ୍ରି କରିଛି ଯାହାଦ୍ୱାରା ସେ ଜଙ୍ଗଲୀ ଜୀବଜନ୍ତୁଙ୍କ ମଧ୍ୟରେ ଫସିଯାଇଛନ୍ତି ଆମ ରଣବୀର । ବିପଦପୂର୍ଣ୍ଣ ମୁହୂର୍ତ୍ତ ଓ ଥ୍ରୀଲର ମଧ୍ୟରେ ଆପଣଙ୍କ ପସନ୍ଦ ଏଥର ରଣବୀର ସିଂହଙ୍କ ଭବିଷ୍ୟତ ନେଇ ନିର୍ଣ୍ଣୟ କରିବ ।
ଯଦି ଏବେ ବି ଆପଣ ବୁଝିପାରିନାହାନ୍ତି ତେବେ ଆପଣଙ୍କ ସସପେନ୍ସକୁ ଭାଙ୍ଗି କହୁଛୁକି ଆପଣ ଯାହା ସବୁ ପଢିଲେ ସେସବୁ ରିୟଲ ନୁହେଁ ବରଂ ରିଲ ଲାଇଫ ଷ୍ଟୋରୀ । ସ୍ବେଗ ପାଇଁ ରଣବୀରଙ୍କ ଏମିତି ଡେୟାରିଂଗ ଅନ୍ଦାଜ ଆପଣ ହୁଏତ କେବେ ଆଗରୁ କେବେ ଦେଖିନଥିବେ । ଜଙ୍ଗଲରେ କିଛି ଅଦ୍ଭୁତ କରିବାକୁ ଯାଉଛନ୍ତି ରଣବୀର । ଲୋକପ୍ରିୟ ବେୟର ଗ୍ରିଲସଙ୍କ ବିପଦ ପୂର୍ଣ୍ଣ ଶୋ’ “ମ୍ୟାନ ବର୍ଷେସ ୱାଇଲଡ”ରେ ନଜର ଆସିବାକୁ ଯାଉଛନ୍ତି । ଆଉ ରଣବୀରଙ୍କୁ ନେଇ କରାଯାଉଥିବା ଏହି ସ୍ପେଶାଲ ଶୋ’କୁ “ରଣବୀର ଭର୍ସସ ଜଙ୍ଗଲୀ ଜନ୍ତୁ” ନାଁରେ ନାମିତ କରାଯାଇଛି । ଏହିଠାରେ ରଣବୀର ବେୟର ଗ୍ରୀଲସଙ୍କ ଆଡଭେଞ୍ଚର ଚକ୍କରରେ ଫସି ଯାଇଛନ୍ତି ।
ଏହି ଶୋ’ର ପ୍ରଥମ ଟିଜର ଇନ୍ଷ୍ଟଗ୍ରାମରେ ସେୟାର କରାଯାଇଛି । ଯେଉଁଥିରେ ରଣବୀର ଦେଶୀ ସ୍ୱାଗ ଦେଖାଉଥିବାର ନଜର ଆସିଛନ୍ତି । ଭିଡିଓରେ ରଣବୀର ଜୀବଜନ୍ତୁଙ୍କ ଠାରୁ ନିଜକୁ ବଞ୍ଚାଉଥିବା ଦେଖାଦେଇଛନ୍ତି । ବେୟର ଗ୍ରିଲସଙ୍କ ଶୋ’କୁ ନେଇ ରଣବୀର କେତେ ଡରି ଯାଉଛନ୍ତି ତାହା ବି ଦେଖାଦେଇଛି । ଡରି ଡରି ଥରୁଥିବା ରଣବୀରଙ୍କ ଅନ୍ଦାଜ ଗୁଡିକୁ ଦେଖିବାକୁ ଖୁବ ମଜା ଲାଗୁଛି ।
ଜୀବନ ପ୍ରତି ବିପଦ ଥିଲେ ସୁଦ୍ଧା ତାଙ୍କ କୁଲନେସ କମ ହେଉନାହିଁ । ପ୍ରମୋରେ ରଣବୀର ଡ୍ୟାନ୍ସ କରୁଥିବାର ଦେଖାଦେଇଛି । ଦର୍ଶକ ମାନଙ୍କୁ ଅପିଲ କରି କହିଛନ୍ତିକି ବଟନ ଦବାନ୍ତୁ ମୋ ଜୀବନ ବଞ୍ଚନ୍ତୁ । ଆସନ୍ତା ଜୁଲାଇ 8 ତାରିଖରେ “ରଣବୀର ଭର୍ସସ ଜଙ୍ଗଲୀ ଜନ୍ତୁ” ନେଟଫ୍ଲିକ୍ସରେ ଷ୍ଟ୍ରିମ ହେବାକୁ ଯାଉଛି । ରଣବୀରଙ୍କ ଏହି ଟିଜର ଦେଖିବା ପରେ ଫ୍ୟାନ୍ସ ମାନଙ୍କର ଖୁସିର ଠିକଣା ନାହିଁ । ଶୋ’ ରିଲିଜ ହେବା ନେଇ ଅପେକ୍ଷା କରି ରହିଛନ୍ତି । ଏହା ଉପରେ ଜୋୟା ଅଖତାର କମେନ୍ଟ କରି କହିଛନ୍ତିକି- କ୍ୟା ଫନ ହେ । ଫ୍ୟାନ୍ସ ମାନେ ବି ଏହାକୁ ନେଇ ଖୁବ ଏକ୍ସଟାଇଟେଡ଼ ଥିବା ଦେଖାଦେଇଛନ୍ତି ।