Below header

ବାବା ଠିକ୍ ଭାବେ କଥା ହେଉଛନ୍ତି, ତାଙ୍କ ଅବସ୍ଥା ସ୍ଥିର ରହିଛି: ସନା ଗାଙ୍ଗୁଲି

ଗତକାଲି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ହାର୍ଟଆଟାକ୍ ଆସିଥିଲା। ଯେଉଁଥି ପାଇଁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଆଞ୍ଜିଓପ୍ଲାଷ୍ଟି ପରେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଏନେଇ ଗାଙ୍ଗୁଲିଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅଫତାବ ଖାନ କହିଛନ୍ତି। ଏବେ ତାଙ୍କ ସ୍ବାସ୍ଥ୍ଯ ଅବସ୍ଥା ଠିକ୍ ରହିଛି ବୋଲି ଗାଙ୍ଗୁଲିଙ୍କ ଝିଅ ସନା ଗାଙ୍ଗୁଲି କହିଛନ୍ତି।

ସୂଚନାଯୋଗ୍ଯ, ଶନିବାର ସକାଳେ ନିଜ ଘରେ ଜିମ୍ କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ ଗାଙ୍ଗୁଲି। ହୃଦ୍ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତା ଉଡଲାଣ୍ଡ ହସ୍ପିଟାଲକୁ ନେଇଥିଲେ। ସେଠାରେ ପହଞ୍ଚିବା ପରେ ଗାଙ୍ଗୁଲିଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ତାଙ୍କର ହୃଦୟରେ ଧମନୀ ବ୍ଲକ୍ ହୋଇଥିଲା। ଯାହାକୁ ଚିକତ୍ସା ପରେ ଠିକ୍ କରାଯାଇଛି। ଏବେ ଦାଦାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ମଧ୍ୟ ଆଇସିସି ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। ତାଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ ୨୪ ଘଣ୍ଟା ନଜର ରଖାଯିବ ବୋଲି ମଧ୍ୟ ଡାକ୍ତର କହିଛନ୍ତି। ଗାଙ୍ଗୁଲିଙ୍କ ଏପରି ସ୍ଥିତିକୁ ନେଇ ସମସ୍ତ ଖେଳପ୍ରେମୀ ଏବଂ ଖେଳ ଜଗତର ଜଣାଶୁଣା ଖେଳାଳି ତାଙ୍କର ଆଶୁ ଆରୋଗ୍ଯ କାମନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.