ବିଶ୍ୱକପ୍ ପାଇଁ ବିସିସିଆଇର ବଡ଼ ପ୍ରସ୍ତୁତି, ବାଦ ପଡିପାରନ୍ତି ଅନେକ ଟପ୍ ଖେଳାଳି

ନୂଆଦିଲ୍ଲୀ : ଆଗାମୀ ଓ୍ଵାଲ୍ଡ କପ୍ ପାଇଁ ବିସିସିଆଇର ଚାଲିଛି ବଡ଼ ପ୍ରସ୍ତୁତି । ଅନେକ ଟପ୍ ଖେଳାଳିଙ୍କୁ ଆଇପିଏଲ୍ ସମୟରେ ଦିଆଯାଇପାରେ ବିଶ୍ରାମ । ଯେଉଁ ଖେଳାଳିମାନଙ୍କୁ ଆଘାତ ଲାଗିଛି ସେମାନଙ୍କୁ ଆଇପିଏଲ୍ ନଖେଳିବାକୁ ପରାମର୍ଶ ଦିଆଯାଇଛି । ରୋହିତ୍ ଶର୍ମା, କେଏଲ୍ ରାହୁଲ, ଜସପ୍ରିତ ବୁମରାହ ପ୍ରମୁଖ ଆହତ ସମସ୍ୟା ଦେଇ ଗତି କରୁଛନ୍ତି ।

ତେଣୁ ଆଇପିଏଲ୍ ଖେଳି ନପାରନ୍ତି । ଆଜି ବିସିସିଆଇର ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହ ଆଗାମୀ ବିଶ୍ୱକପ୍ ପାଇଁ ୨୦ ଜଣ ଖେଳାଳିଙ୍କୁ ସର୍ଟଲିଷ୍ଟ କରିଛି ବିସିସିଆଇ । ଆଘାତରୁ ଫିଟ୍ ହୋଇଥିବା ଖେଳାଳିଙ୍କୁ ପ୍ରଥମେ ୟୋ -ୟୋ ଏବଂ ପରେ ଡେକ୍ସା ଟେଷ୍ଟ ପାସ୍ କରିବାକୁ ପଡିବ ।

ସେହିପରି ଯୁବ ଖେଳାଳିଙ୍କୁ ଅଧିକରୁ ଅଧିକ ଘରୋଇ କ୍ରିକେଟ ଖେଳିବାକୁ ପଡିବ । ଏହା ପରେ ଅନ୍ତରାଷ୍ଟ୍ରୀୟ ଟିମ୍ରେ ସ୍ଥାନ ମିଳିବ । ୨୦୨୨ ଟି-ଟେ୍ଵଣ୍ଟି ବିଶ୍ୱକପରେ ଭାରତର ଖରାପ ପଦର୍ଶନକୁ ନେଇ ଆଜି ବିସିସିଆଇର ରିଭ୍ୟୁ ମିଟିଂ ହୋଇଥିଲା । ବୈଠକରେ କ୍ୟାପଟେନ୍ ରୋହିତ ଶର୍ମା, କୋଚ ରାହୁଲ ଦ୍ରାବିଡ, ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଏବଂ ସଚିବ ଜୟ ଶାହା ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.