ଭାରତ ବନ୍ଦ ଓ ଧୋନିଙ୍କ ଭାଇରାଲ ଫଟୋ ପଛର କାହାଣୀ

ନୂଆଦିଲ୍ଲୀ : ଭାରତ ବନ୍ଦକୁ ସମର୍ଥନ କରି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆନ୍ଦୋଳନରେ ସାମିଲ ହେଲେ । ତାଙ୍କ ସହ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦେଲେ ପତ୍ନୀ ସାକ୍ଷୀ । ଏଭଳି ଏକ ଫଟୋ ଭାଇରାଲ ହୋଇଛି । ଗତକାଲି କଂଗ୍ରେସ ଦଳ ତୈଳ ଦର ବୃଦ୍ଧି ପ୍ରତିବାଦରେ ଦେଶ ବ୍ୟାପି ଆନ୍ଦୋଳନ କରିଥିଲା । ଭାରତ ବନ୍ଦରେ ଭାଗ ନେଇ ଧୋନି ଏକ ପେଟ୍ରୋଲ ପମ୍ପ ଆଗରେ ବସିଥିବାର ଫଟୋ ସୋସିଆଲ ମିଡିଆରେ ଘୂରି ବୁଲିଲା । ଅରୁଣ ଠାକୁର ନାମକ ଜଣେ ବ୍ୟକ୍ତି ତିନିଟି ଫଟୋ ସେୟାର କରିଥିଲେ । ଏହାକୁ କଂଗ୍ରେସ ଦଳର ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ସେୟାର କରି ରିଟ୍ବିଟ୍ କରିଦେଲେ । ତେବେ ପରେ ଠାକୁର ଫଟୋ ସବୁକୁ ଡିଲିଟ୍ କରି ଦେବା ପରେ ପ୍ରିୟଙ୍କାଙ୍କ ରିଟ୍ବିଟ୍ ମଧ୍ୟ ଡିଲିଟ୍ ହୋଇଯାଇଥିଲା । ପରେ ସତକଥା ଜଣାପଡ଼ିଲା । ଫଟୋଟି ସେଟେମ୍ବର ୧୦ ନୁହେଁ ଅଗଷ୍ଟ ୨୯ ତାରିଖରୁ ଥିଲା । ଏକ ବିଜ୍ଞାପନ ସୁଟିଂରେ ଧୋନି ହିମାଚଳ ପ୍ରଦେଶର ଶିମଳା ଯାଇଥିବା ବେଳେ ପତ୍ନୀ ସାକ୍ଷୀଙ୍କ ସହ ଏକ ପେଟ୍ରୋଲ ପମ୍ପ ଆଗରେ ବସି କଥା ହେଉଥିଲେ । ତାଙ୍କ ସହ ଥିଲେ ହେୟାର ଷ୍ଟାଲିସ୍ ସପନା ଭବନାନି । ଯେକି ଏହି ଫଟୋ ଉଠାଇଥିଲେ । ତାଙ୍କ ସୋସି୍ରଲ ମିଡିଆ ପେଜରୁ ଏହି ଫଟୋ ମିଳିଲା ପରେ ଜଣାପଡ଼ିଲା ଭାରତ ବନ୍ଦରେ ଧୋନି ସାମିଲ ହୋଇ ନାହାନ୍ତି । ତେବେ ଆନ୍ଦୋଳନ ବେଳେ ଦୋନି କଣ କରୁଥିଲେ ସେ କଥା କେବଳ ଧୋନି ହିଁ କହି ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.