Below header

ସମସ୍ତଙ୍କୁ “ବଧାଇ ହୋ” କହୁଛନ୍ତି ଆୟୁଷ୍ମାନ ଖୁରାନା, ଜାଣନ୍ତୁ କାହିଁକି ?

ମୁମ୍ବାଇ : ନିଜର ବାସ୍ତବିକ ଅଭିନୟ ସହ ଅଲରାଉଣ୍ଡର କଳାକାର ଭାବେ ବଲିଉଡ଼ରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଅୟୁଷ୍ମାନ ଖୁରାନା। ଏବେ ରିଲିଜ୍‌ ହୋଇଛି ଆୟୁଷ୍ମାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବଧାଇ ହୋ’ର ଟ୍ରେଲର। ଟ୍ରେଲରରେ ରହିଛି ଭରପୁର କମେଡି । ଏହି ଫିଲ୍ମରେ ଆୟୁଷ୍ମାନଙ୍କ ଲେଡି ଲଭ୍‌ ସାଜିଛନ୍ତି ସାନ୍ୟା ମଲହୋତ୍ରା।

ପିଲ୍ମର କାହାଣୀରେ ଦେଖିବାକୁ ମିଳିଛି,  କର୍ପୋରେଟ କମ୍ପାନିରେ କାମ କରୁଥିବା ଆୟୁଷ୍ମାନ ନିଜ ମା, ବାପା, ସାନ ଭାଇଙ୍କ ସହ ରହୁଛନ୍ତି। ପରିବାରରେ ସବୁକିଛି ଠିକ ଚାଲୁଛି, ହଠାତ ଜଣାପଡୁଛି ଆୟୁଷ୍ମାନଙ୍କ ମା’ ପ୍ରେଗନେଣ୍ଟ ଅଛନ୍ତି । ଏହା ଜଣାପଡିବା ପରେ ପରିସ୍ଥିତି ବଦଳିଯାଉଛି । ଏଭଳି କିଛି ଭିନ୍ନ କାହାଣୀକୁ ନେଇ ତିଆରି ହୋଇଛି ଏହି ଫିଲ୍ମ ।  ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମିତ ରବିନ୍ଦ୍ରନାଥ ଶର୍ମା।  ଅକ୍ଟୋବର ୧୯ରେ ବଡ ପରଦାକୁ ଆସିବ ‘ବଧାଇ ହୋ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.