Below header

ଓଭାଲ ଟେଷ୍ଟରେ ଡ୍ର ନା ପରାଜୟ ? ଲଢ଼େଇ ଜାରି

ଲଣ୍ଡନ : ଆଜି ଅନ୍ତିମ ଟେଷ୍ଟର ଅନ୍ତିମ ଦିନ । ଓଭାଲରେ ମ୍ୟାଚ୍ ବଞ୍ଚାଇବାକୁ ସଂଗ୍ରାମ ଜାରି ରଖିଛି ଟିମ୍ ଇଣ୍ଡିଆ । ଓପ୍ନର ଲୋକେଶ ରାହୁଲ ଶତକ ହାସଲ କରି ଘରୋଇ ଇଂଲଣ୍ଡ ଦଳକୁ ରୋକିବାକୁ ଉଦ୍ୟମ କରୁଛନ୍ତି । ହେଲେ ଇଂଲଣ୍ଡକୁ ୪-୧ ସିରିଜ୍ ବିଜୟରୁ ରୋକି ପାରିବେ ତ ? ଏଇ ପ୍ରଶ୍ନ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନରେ ଅଛି । କାରଣ ୪୦୬ ରନର ଅସମ୍ଭବ ବିଜୟଲକ୍ଷ୍ୟ ନେଇ ଖେଳୁଛି ଭାରତୀୟ ଦଳ । ଲଞ୍ଚ ବେଳକୁ ୪୫ ଓଭର ସୁଦ୍ଧା ୫ ୱିକେଟରେ ୧୬୭ ରନ୍ କରିଥିଲା । ପଞ୍ଚମ ଟେଷ୍ଟ ଶତକ ହାସଲ କରିଥିବା ରାହୁଲ ୧୦୮ ଏବଂ ଋଷଭ ପନ୍ତ ୧୨ ରନ୍ କରି ଖେଳୁଥିଲେ । ଅନ୍ତତଃ ମ୍ୟାଚ୍ ଡ୍ର ରଖିଲେ ଭ୍ରମଣକାରୀ ଦଳ କିଛିଟା ସମ୍ମାନ ରଖି ପାରିବ ଟେଷ୍ଟ ସିରିଜରେ । ଏବେ ଦେଖିବାର କଥା ରାହୁଲ ଓ ପନ୍ତ କେତେ ବାଟ ଟାଣି ପାରୁଛନ୍ତି । ଦଳକୁ ଜିତିବା ପାଇଁ ଆହୁରି ୨୯୭ ରନ୍ ଦରକାର । କାରଣ ଆହୁରି ଦୁଇଟି ସେସନ୍ ବାକି ଅଛି । ପୂର୍ବରୁ ଭାରତ ପକ୍ଷରୁ ରାହାଣେ ୩୭ ରନ୍ କରିଥିବା ବେଳେ ୩ ଜଣ ଶୂନ ଏବଂ ଜଣେ ୧ ରନ୍ କରି ଆଉଟ୍ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.