ପାରାଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ପକ୍କା:ମହିଳା ଟେବୁଲ ଟେନିସ୍‌ ସେମି ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛନ୍ତି ଭାବିନାବେନ୍‌

କେନ୍ୟୁଜ୍(ବ୍ୟୁରୋ):   ପାରାଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ପକ୍କା କରିଛନ୍ତି ଭାବିନାବେନ୍‌ ପଟେଲ । ମହିଳା ଟେବୁଲ ଟେନିସ୍‌ ସେମି ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛନ୍ତି ଭାବିନାବେନ୍‌ । ୨୦୧୬ ପାରାଲିମ୍ପିକ୍ସ ଚାମ୍ପିଅନ୍‌ ସିର୍ବିୟାର ବୋରିଶଲାଭାଙ୍କୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛନ୍ତି ।

୧୮ ମିନିଟ୍‌ର ଖେଳରେ ୧୧-୫, ୧୧-୬ ଓ ୧୧-୭ ସେଟ୍‌ରେ ପରାସ୍ତ କରିଛନ୍ତି ଭାବିନାବେନ୍‌ ପଟେଲ । ଆସନ୍ତାକାଲି ଚୀନ୍‌ର ଝାଙ୍ଗ୍‌ ମିଆଓଙ୍କ ସହ ସେମି ମୁକାବିଲା । ଫାଇନାଲକୁ ଗଲେ ସ୍ୱର୍ଣ୍ଣ ବା ରୌପ୍ୟ ଆଶା ରହିବ । ପରାସ୍ତ ହେଲେ ବ୍ରୋଞ୍ଜ ପାଇବା ନିଶ୍ଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.