ଟି-ଟେ୍ଵଣ୍ଟି ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା, ଆହତ କାରଣରୁ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡ଼ିଲେ ଫାଷ୍ଟ ବୋଲର ଯଶପ୍ରୀତ ବୁମରାହ

କେନ୍ୟୁଜ୍: ଟି-ଟେ୍ଵଣ୍ଟି ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା । ଆହତ କାରଣରୁ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡ଼ିଲେ ଫାଷ୍ଟ ବୋଲର ଯଶପ୍ରୀତ ବୁମରାହ । ତାଙ୍କ ପିଠିରେ ଆଘାତ ଲାଗିଛି । ସମସ୍ୟା ଗୁରୁତର ରହିଛି । ଏଥିରୁ ମୁକୁଳିବା ପାଇଁ ବୁମରାହଙ୍କୁ ୪ରୁ ୬ ମାସ ସମୟ ଲାଗିପାରେ । ତେଣୁ ସେ ଆଗାମୀ ବିଶ୍ୱକପ୍‌ ଖେଳିବା ନେଇ ଦେଖାଦେଇଛି ଅନିଶ୍ଚିତତା । ବୁମରାହଙ୍କ ଆହତ ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ବଡ଼ ଟେନସନ୍‌ ହୋଇଛି ।

ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ପରବର୍ତ୍ତୀ ଦୁଇଟି ଟି-ଟେ୍ଵଣ୍ଟିରୁ ତାଙ୍କୁ ବାଦ ଦିଆଯାଇଛି । କିନ୍ତୁ ବିଶ୍ୱକପ୍‌ ଟିମରୁ ବାଦ ପଡିବେ କି ନାହିଁ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ଅଭ୍ୟାସ କରୁଥିବା ବେଳେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ ବୁମରାହ । ପୂର୍ବରୁ ଆହତ କାରଣରୁ ଏସିଆ କପ୍‌ରୁ ବାଦ ପଡ଼ିଥିଲେ । ସୁସ୍ଥ ହୋଇ ସେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜକୁ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ଖେଳିଥିଲେ । ପୂର୍ବରୁ ମଧ୍ୟ ଇଞ୍ଜୁରୀ କାରଣରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ଦୀପକ ହୁଡା ବିଶ୍ୱକପରୁ ବାଦ ପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.