ରୋହିତଙ୍କୁ ଧୋନି ଦେଲେ ପାନେ : ଉଦ୍‌ଘାଟନୀ ମ୍ୟାଚ୍‌ରେ ଜିତିଲା ଚେନ୍ନାଇ ହାରିଲା ମୁମ୍ବାଇ

ଆବୁଧାବି : ଅମ୍ବାଟି ରାୟୁଡୁ ଓ ଡୁ ପ୍ଲେସିସଙ୍କ ଅର୍ଦ୍ଧଶତକ ବଳରେ ଆଜି ଚେନ୍ନାଇ ସୁପର କିଙ୍ଗସ ୫ ଉଇକେଟରେ ମୁମ୍ବାଇ ଇଣ୍ଡିଆନସକୁ ପରାସ୍ତ କରିଛି । ଡୁ ପ୍ଲେସିସ ୪୪ ବଲରେ ଅପରାଜିତା ୫୮ ରନ କରିଥିବା ବେଳେ ରାୟୁଡୁ ୪୮ ବଲରୁ ୭୧ ରନ (୬ ଚୌକା, ୩ ଛକା ), ସାମ କୁରାନ ୧୮ ରନ କରିଥିଲେ । ଚେନ୍ନାଇ ୧୯.୨ ଓଭରରେ ୧୬୬ ରନ କରି ବିଜୟୀ ହୋଇଛି । ଧୋନି ୨ଟି ବଲ ଖେଳି କୌଣସି ରନ ନକରି ଅପରାଜିତା ଥିଲେ ।

du plesis

ପୂର୍ବରୁ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍‌ସ ଟସ୍ ହାରି ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୧୬୨ ରନ୍ କରିଥିଲା । ଫଳରେ ଆଇପିଏଲ୍ ୨୦୨୦ର ଉଦ୍‌ଘାଟନୀ ମ୍ୟାଚ୍ ଜିତିବା ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଆଗରେ ରହିଥିଲା ୧୬୩ ରନ୍‌ର ବିଜୟଲକ୍ଷ୍ୟ ।

ଆଜି ଟସ୍ ଜିତି ଧୋନି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଚେନ୍ନାଇ ବୋଲରଙ୍କ ଆଗରେ ମୁମ୍ବାଇର କେବଳ ଦୁଇ ଜଣଙ୍କ ବ୍ୟତୀତ ଅନ୍ୟମାନେ ତିଷ୍ଠି ପାରିଲେ ନାହିଁ । ଓପ୍ନର ଡି କକ୍ ୨୦ ବଲ୍‌ରୁ ୩୩ ରନ୍ ଏବଂ ସୌରଭ ତିଓ୍ଵାରୀ ୩୧ ବଲ୍‌ରୁ ସର୍ବାଧିକ ୪୪ ରନ୍ କରିଥିଲେ । ରୋହିତ ୧୨, ହାର୍ଦ୍ଦିକ ପାଣ୍ଡ୍ୟା ୧୪ ଏବଂ ପୋଲାର୍ଡ ୧୮ ରନ୍ କରି ପାରିଥିଲେ । ଚେନ୍ନାଇ ପକ୍ଷରୁ ଲୁଙ୍ଗି ଏନ୍‌ଗିଡି ୩ ଏବଂ ଦୀପକ ଚହର ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ଓ୍ଵିକେଟ୍ ଦଖଲ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.