Below header

ବିନା ଭ୍ୟାକ୍‌ସିନ୍‌ରେ ଏହି ୩ ଦେଶ ପାଇଛନ୍ତି କରୋନା ଉପରେ ବିଜୟ

ବ୍ରିଟେନ୍‌ :  କରୋନା ଭାଇରସ ସାରା ଦୁନିଆରେ ଆତଙ୍କ ଖେଳାଇ ଥିବାବେଳେ ଏଥିପାଇଁ ଏଯାଏ କୈାଣସି ଭ୍ୟାକ୍‌ସିନ୍‌ ବାହାରି ନାହିଁ । ତେବେ ଏହାକୁ ହରାଇବାର ଏକମାତ୍ର ଉପାୟ ହେଉଛି ମାସ୍କ ପିନ୍ଧିବା ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ମାସ୍କକୁ ବ୍ୟବହାର କରି ଏହି ଦେଶ ମଧ୍ୟ ବିନା ଭ୍ୟାକ୍‌ସିନରେ କରୋନାକୁ ଦେଶରୁ ହଟାଇ ଦେଇଛି ।

ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍‌ ମେଡିସିନ୍‌ରେ ପ୍ରକାଶିତ ରିପୋର୍ଟରେ ବୈଜ୍ଞାନିକମାନେ ମାସ୍କ ଉପରେ ଗୁରୁତ୍ତ୍ୱ ଦେଇଛନ୍ତି । କପଡାରେ ତିଆରି ମାସ୍କ ଯଦି ସବୁ ଲୋକ ସତର୍କତାର ସହ ଠିକ୍‌ ତରିକାରେ ପିନ୍ଧନ୍ତି ତେବେ ଏହା ଭ୍ୟାକ୍‌ସିନ୍‌ ଭଳି କାମ କରିଥାଏ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଯଦି ସବୁ ଲୋକ ମାସ୍କ ପିନ୍ଧନ୍ତି ତେବେ ସଂକ୍ରମିତଙ୍କ ଡ୍ରପ୍‌ଲେଟ୍‌ସ୍‌ ବାତାବରଣରେ ମିଶିବ ନାହିଁ ।

covid-23

ଏବଂ ଏହାଦ୍ୱାରା ସଂକ୍ରମଣ ଆଶଙ୍କା ମଧ୍ୟ କମିଯାଇଥାଏ । ବର୍ତ୍ତମାନ ଏମିତି ବି କରୋନା ରୋଗୀଙ୍କ ସୂଚନା ମିଳିଛି ଯାହାଙ୍କ ଠାରେ କୈାଣସି ଲକ୍ଷଣ ଦେଖାଯାଇ ନଥାଏ । ଏପରି ରୋଗୀ ଆରାମରେ ବାହାରେ ବୁଲୁଥିବା ବେଳେ ସଂକ୍ରମଣ ଆଶଙ୍କା ଅଧିକ ବୃଦ୍ଧି ପାଇଥାଏ । ତେଣୁ ଏମାନେ ମାସ୍କ ନ ପିନ୍ଧିବାରୁ ଅନ୍ୟ ସୁସ୍ଥ ଲୋକଙ୍କ ପାଇଁ ବିପଦଜନକ ହୋଇଥାନ୍ତି ।

covid-24

ତେଣୁ ସମସ୍ତେ ମାସ୍କ ପିନ୍ଧିଲେ ଆଉ ସଂକମଣ ଆଶଙ୍କା ରହିବ ନାହିଁ । ତେଣୁ ଦୁନିଆ ସାରା ବୈଜ୍ଞାନିକମାନେ ମାସ୍କ ପିନ୍ଧିବା ଉପରେ ଗୁରୁତ୍ତ୍ୱ ଦେଉଛନ୍ତି । ଏହି ନିୟମକୁ ଜାପାନ, ଦକ୍ଷିଣ କୋରିଆ ଓ ସିଙ୍ଗାପୁର ରେ ଅତି କଠୋରତାର ସହ ପାଳନ କରି କରୋନାକୁ ବିନା ଭ୍ୟାକ୍‌ସିନ୍‌ରେ ବାଏ କରିଛନ୍ତି । ଏହି ଦେଶରେ ଲୋକେ ସତର୍କ ରହିବା ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ତ୍ୱ ଦେଇ କରୋନାକୁ ହଟାଇ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.