କଟକ ସହରରୁ ଆଜି  ୨୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ): କଟକ ସହରରୁ ଆଜି   ୨୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଥିବା ବେଳେ ୯୪ ଜଣ ଲୋକାଲା କଣ୍ଟାକ୍ଟ  କେସରେ ସଂକ୍ରମିତ ହୋଛଛନ୍ତି। ସିଏମସି ସୂଚନା ଅନୁସାରେ, ସରକାରୀ କ୍ବାରେଣ୍ଟାଇନରୁ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏଥିରେ ୫୮ ଜଣ ପୁରୁଷ ଓ ୨୫ ଜଣ ମହିଳା ଅଛନ୍ତି । ଗୃହ ସଂଗରୋଧରୁ ୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଲ୍ୟାଣୀ ନଗରରୁ ୯ ଜଣ, ବିଡ଼ାନାସୀରୁ ୫ ଜଣ, ଗରଦପୁରରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।


ସେହିଭଳି ଲୋକାଲ କଣ୍ଟାକ୍ଟ  କେସ୍ ଯୋଗୁଁ ଆଜି ୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ଅରୁଣଦୋୟ ମାର୍କେଟ, କଲେଜ ଛକ, ବିଡାନାସୀ, ସିଡିଏ ସେକ୍ଟର, କଲ୍ୟାଣୀ ନଗରରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.