ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ଟିମ୍‌ ଇଣ୍ଡିଆର ଖେଳାଳି ମର୍ମାହତ, କୋହଲିଙ୍କ ଠାରୁ ସେହ୍ଵାଗ ଏବଂ ଗମ୍ଭୀର ଦୁଃଖ ପ୍ରକାଶ କଲେ

ଓଡିଶାର ବାଲେଶ୍ୱର ଜିଲ୍ଲାର ବାହାନଗା ଷ୍ଟେସନରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳି । ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ସେହ୍ଵାଗ, ଇରଫାନ ପଠାନ, ଗୌତମ ଗମ୍ଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଓଡିଶା ବାଲେଶ୍ୱର ଜିଲ୍ଲାର ବାହାନଗା ଷ୍ଟେସନରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଦୁର୍ଘଟଣାରେ ପାଖାପାଖି ୨୬୧ ଜଣଙ୍କର ପ୍ରାଣ ଯାଇଥିବା ବେଳେ ୯୦୦ ରୁ ଅଧିକ ଆହତ ହୋଇଛନ୍ତି । ତେବେ ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟ ଟିମର ଖେଳାଳି । ଟିମ୍‌ ଇଣ୍ଡିଆର ଖେଳଳି ସୋସିସିଆଲ ମିଡିଆରେ ପୋଷ୍ଟ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି ।

ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ବୀରେନ୍ଦ୍ର ସେହ୍ଵାଗ, ଗୌତମ ଗମ୍ଭୀର, ମୟଙ୍କ ଅଗ୍ରଓ୍ଵାଲ, ଇରଫାନ ପଠାନ ପ୍ରମୁଖ ଟ୍ଵିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି ।

ବିରାଟ କୋହଲି ଏହି ଘଟଣାରେ ଟ୍ଵିଟ୍ କରି ଲେଖିଛନ୍ତି, ‘ଓଡିଶାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ବିଷୟରେ ଶୁଣି ମୁଁ ଦୁଃଖିତ । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ମୋର ସମବେଦନା । ଆଉ ଆହତଙ୍କୁ ଶୀଘ୍ର ସୁସ୍ଥ ହେବା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ।

ସେହିପରି ବୀରେନ୍ଦ୍ର ସେହ୍ଵାଗ ଟ୍ଵିଟ୍‌ କରି କହିଛନ୍ତି, ଓଡିଶାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଶୁଣି ବହୁତ ଦଃଖିତ । ନିଜର ପ୍ରିୟଜନଙ୍କୁ ହରାଇ ଥିବା ପରିବାର ପ୍ରତି ସମବେଦନା ଏବଂ ଆହତ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.