ଆସନ୍ତୁ ଜାଣିବା ଟ୍ରେନ୍‌ର ନାଁ କାହିଁକି ରଖାଯାଇଛି କରମଣ୍ଡଳ

ସମ୍ପୂର୍ଣ୍ଣ ପୂର୍ବ ଉପକୂଳ ବା ବଙ୍ଗୋପସାଗର ଉପକୂଳକୁ କରମଣ୍ଡଳ ବୋଲି କୁହାଯାଏ । ସେଥିପାଇଁ ଏହି ଟ୍ରେନ୍‌ର ନାମ କରମଣ୍ଡଳ ଏକ୍ସପ୍ରେସ୍‌ ରଖା ଯାଇଛି । କାରଣ ଏହା ସମ୍ପୂର୍ଣ୍ଣ ଭାବେ କରମଣ୍ଡଳ ଉପକୂଳକୁ ଅତିକ୍ରମ କରେ । କୁହାଯାଏ ଏକ ତାମିଲ ସମ୍ପ୍ରଦାୟ ଚୋଳମଣ୍ଡଳମରୁ ଅପଭ୍ରଂଶ ହୋଇ କରମଣ୍ଡଳ ହୋଇଛି ।

ଏ ଟ୍ରେନ୍‌ର ନାଁ କାହିଁକି କରମଣ୍ଡଳ ହୋଇଛି ଆସନ୍ତୁ ଜାଣିବା । ସମ୍ପୂର୍ଣ୍ଣ ପୂର୍ବ ଉପକୂଳ ବା ବଙ୍ଗୋପସାଗର ଉପକୂଳକୁ କରମଣ୍ଡଳ ବୋଲି କୁହାଯାଏ । ସେଥିପାଇଁ ଏହି ଟ୍ରେନ୍‌ର ନାମ କରମଣ୍ଡଳ ଏକ୍ସପ୍ରେସ୍‌ ରଖା ଯାଇଛି । କାରଣ ଏହା ସମ୍ପୂର୍ଣ୍ଣ ଭାବେ କରମଣ୍ଡଳ ଉପକୂଳକୁ ଅତିକ୍ରମ କରେ । କୁହାଯାଏ ଏକ ତାମିଲ ସମ୍ପ୍ରଦାୟ ଚୋଳମଣ୍ଡଳମରୁ ଅପଭ୍ରଂଶ ହୋଇ କରମଣ୍ଡଳ ହୋଇଛି ।

ପ୍ରଥମେ ଏହି ଟ୍ରେନ୍‌ ଏହା ହାଓଡ଼ାରୁ ଚେନ୍ନାଇ ଚାଲୁଥିଲା । ତେବେ ଗତ ବର୍ଷ ଜାନୁଆରୀ ମାସରୁ ଏହି ଟ୍ରେନ୍‌ ଶାଲିମାରରୁ ଚେନ୍ନାଇ ଯାତ୍ରା କରୁଛି । ୧୯୭୭ରେ ଏହାର ଶୁଭାରମ୍ଭ ହୋଇଥିଲା । ପ୍ରଥମେ କେବଳ ବିଜୟଓ୍ଵାଡ଼ା, ବିଶାଖାପାଟଣା ଏବଂ ଭୁବନେଶ୍ୱରରେ ଅଟକୁ ଥିଲା । ପୁଣି ସପ୍ତାହକୁ ମାତ୍ର ଦୁଇଥର ଚାଲୁଥିଲା । ମାତ୍ର ସାଢ଼େ ୨୩ ଘଣ୍ଟାରେ ପୂରା ଦୂରତା ଅତିକ୍ରମ କରୁଥିଲା । ପରବର୍ତ୍ତୀ ସମୟରେ ଅଧିକ ଷ୍ଟେପେଜ୍‌ ଯୋଗୁଁ ଏହାର ପହଞ୍ଚିବା ସମୟ ତିନି ଘଣ୍ଟା ବିଳମ୍ବ ହେଲା । ଅର୍ଥାତ୍‌ ଏବେ ୨୬ ଘଣ୍ଟାରେ ପହଞ୍ଚୁଛି ।

୧୬୫୯ କିଲୋମିଟର ଦୂରତାକୁ ୨୫ ଘଣ୍ଟା ୩୦ ମିନିଟ୍‌ରେ ଅତିକ୍ରମ କରୁଛି କରମଣ୍ଡଳ । ଘଣ୍ଟା ପ୍ରତି ଏହାର ବେଗ ହେଉଛି ୧୩୦ କିଲୋମିଟର । ଏହାକୁ ସାଉଥ୍‌-ଇଷ୍ଟର୍ଣ୍ଣ ରେଲେଓ୍ଵର ରାଜା ବୋଲି କୁହାଯାଏ । ଅପ୍‌ ଟ୍ରେନ୍‌ ହାଓଡ଼ାରୁ ଅପରାହ୍ନ ୩ଟା ୨୦ରୁ ବାହାରି ପରଦିନ ଅପରାହ୍ନ ୪ଟା ୫୦ରେ ଚେନ୍ନାଇରେ ପହଞ୍ଚୁଥିଲା । ଡାଉନ୍‌ ଟ୍ରେନ୍‌ ଚେନ୍ନାଇରୁ ସକାଳ ୭ଟାରେ ବାହାରି ପରଦିନ ହାଓଡ଼ାରେ ସକାଳ ୧୦ଟା ୪୦ ମିନିଟ୍‌ରେ ପହଞ୍ଚିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.