Below header

ବିଶ୍ବକପରେ ବାଧା ସାଜିଛି ବର୍ଷା, ଧୋଇ ହୋଇଯାଇଛି ବଡ଼ ବଡ଼ ମ୍ୟାଚ୍

ବିଶ୍ୱକପରେ ବାଟ ଓଗାଳୁଛି ବର୍ଷା। ଧୋଇ ଯାଇଛି ବଡ଼ ବଡ଼ ମ୍ୟାଚ୍। ତିନିଟି ମ୍ୟାଚ୍ ସମ୍ପୂର୍ଣ୍ଣ ବାତିଲ ହୋଇଛି। ଗୋଟିଏ ମ୍ୟାଚ୍ କିଛି ସମୟ ପରେ ଆରମ୍ଭ ହୋଇଥିବା ବେଳେ ଆଜି ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ମୁକାବିଲା ବର୍ଷା ଯୋଗୁ ବିଳମ୍ବରେ ଆରମ୍ଭ ହୋଇଛି। ବର୍ଷା କେବଳ କ୍ରିକେଟ ଟିମ୍ ଓ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିନି। ମ୍ୟାଚ୍ ପ୍ରସାରଣ ଅଧିକାର ପାଇଥିବା ସଂସ୍ଥା ଓ ବୀମା କମ୍ପାନୀ ବି କୋଟି କୋଟି ଟଙ୍କାର କ୍ଷତି ସହିଲେଣି।

ବିଶ୍ୱକପରେ ବର୍ଷା ବାଧକ। ବାତିଲ ହେଉଛି ମ୍ୟାଚ୍। ଜୁନ୍ ୭। ବ୍ରିଷ୍ଟଲରେ ଥିଲା ପାକିସ୍ତାନ-ଶ୍ରୀଲଙ୍କା ମୁକାବିଲା। ମ୍ୟାଚ୍ ପୂର୍ବରୁ ଲାଗି ରହିଥିଲା ବର୍ଷା। ଓଦା ହୋଇଯାଇଥିଲା ଆଉଟ୍ ଫିଲ୍ଡ। ଖେଳିବା ଉପଯୋଗୀ ପରିବେଶ ନହେବାରୁ ମ୍ୟାଚ ବାତିଲ ହୋଇଗଲା।
ଜୁନ୍ ୧୦। ସାଉଥମ୍ପଟନ୍ରେ ଦକ୍ଷିଣ ଆଫ୍ରିକା-େଓ୍ଵଷ୍ଟଇଣ୍ଡିଜ ଲଢ଼େଇରେ ବଇରି ସାଜିଲା ବର୍ଷା। ମ୍ୟାଚ୍ ଆରମ୍ଭ ହୋଇଥିଲେ ବି ୭ ଓଭର ୩ଟି ବଲ୍ ପରେ ବନ୍ଦ ହୋଇଥିଲା। ଦକ୍ଷିଣ ଆଫ୍ରିକା କରିଥିଲା ୨ ଓ୍ଵିକେଟରେ ୨୯ ରନ୍। ବର୍ଷା ନକମିବାରୁ ମ୍ୟାଚ ବାତିଲ ହେଲା। ଗୋଟିଏ ଲେଖାଏଁ ପଏଣ୍ଟ ଭାଗ କରିଥିଲେ ଉଭୟ ଟିମ୍।

ଜୁନ୍ ୧୧। ପୁଣି ବ୍ରିଷ୍ଟଲରେ ଶ୍ରୀଲଙ୍କାର ମ୍ୟାଚ୍। ବାଲାଂଦେଶ ବିପକ୍ଷ ମୁକାବିଲାରେ ବାଟ ଓଗାଳିଥିଲା ବର୍ଷା। ମୂଳକଧାରାରେ ବର୍ଷିଲା। ଗୋଟିଏ ବି ବଲ୍ ପଡ଼ି ପାରିଲା ନାହିଁ।

ବର୍ଷା ଧୋଇ ଦେଲା ୧୬ ତାରିଖ ଭାରତ-ନ୍ୟୁଜିଲାଣ୍ଡ ମଞ୍ଚେଷ୍ଟର ମହାମୁକାବିଲା। ତୁହାକୁ ତୁହା ବର୍ଷିଲା। ଏମିତି ହେଲା ଯେ ଟସ୍ ବି ପଡ଼ି ପାରିଲା ନାହିଁ। ଶେଷରେ ବାତିଲ ହେଲା ମ୍ୟାଚ୍। ଦର୍ଶକ ନିରାଶ ହେଲେ। ପଏଣ୍ଟ ଭାଗ ଗଲେ ଭାରତ-ନ୍ୟୁଜିଲାଣ୍ଡ।

ଆଜି ବି ନ୍ୟୁଜିଲାଣ୍ଡ-ଦକ୍ଷିଣ ଆଫ୍ରିକା ମ୍ୟାଚ ଆରମ୍ଭରେ ବର୍ଷା ହେବାରୁ ସାମାନ୍ୟ ବିଳମ୍ବ ହୋଇଥିଲା। ୪୯ ଓଭର ଲେଖାଏଁ ଖେଳାଯାଇଛି।

ବିଶ୍ୱକପରେ ବର୍ଷା କେବଳ କ୍ରିକେଟ ଟିମ୍ କି ଦର୍ଶକଙ୍କୁ ନିରାଶ କରିନି। ମ୍ୟାଚ୍ ବାତିଲ୍ ଯୋଗୁ କ୍ଷତି ସହିଛନ୍ତି ବୀମା କମ୍ପାନୀ। କୁହାଯାଉଛି, ବର୍ତ୍ତମାନ ସୁଦ୍ଧା ଭାରତୀୟ ବୀମା କମ୍ପାନୀଙ୍କର ୧୫୦ରୁ ୧୮୦ କୋଟି ଟଙ୍କା କ୍ଷତି ହେଲାଣି। ଆଇସିସି ୮ ବର୍ଷ ପାଇଁ ଦୁଇଟି ବିଶ୍ୱକପ୍, ଦୁଇଟି ଚାମ୍ପିଅନ୍ସ ଟ୍ରଫି ଓ ଟି-ଟେ୍ଵଣ୍ଟି ବିଶ୍ୱକପ୍ ମ୍ୟାଚ୍ ପ୍ରସାରଣ ଅଧିକାର ଷ୍ଟାର୍ ଇଣ୍ଡିଆକୁ ଦେଇଛି। ୨୦୧୫ରୁ ୨୦୨୩ ପର୍ଯ୍ୟନ୍ତ ଏଥିପାଇଁ ଷ୍ଟାର ଇଣ୍ଡିଆ ଦେବ ୧ହଜାର ୩୮୦ କୋଟି। କିନ୍ତୁ ମ୍ୟାଚ୍ ନହେଲେ କ୍ଷତି ସହିବାକୁ ପଡୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.